ମୋଦି ସରକାରଙ୍କ ନିର୍ବାଚନୀ ଅଫର୍ ଶେଷ ହେଉଛି, ଶୀଘ୍ର ଟାଙ୍କି ଭର୍ତ୍ତି କରି ଦିଅନ୍ତୁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ସମୟରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟି ନଥିବା ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବ୍ୟଙ୍ଗାତ୍ମକ ଭଙ୍ଗୀରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଟ୍ଵିଟରରେ ଲେଖିଛନ୍ତି, ଫଟାଫଟ୍ ଲୋକମାନଙ୍କୁ ନିଜ ଗାଡିର ଟାଙ୍କିରେ ପେଟ୍ରୋଲ ପୂର୍ଣ୍ଣ କରି ନିଅନ୍ତୁ, ମୋଦି ସରକାରଙ୍କ ନିର୍ବାଚନୀ ଅଫର୍ ଶେଷ ହେବାକୁ ଯାଉଛି। ଏହି ଟ୍ଵିଟ୍ ସହିତ ସେ ଏକ ପେଟ୍ରୋଲ ପମ୍ପର ଫଟୋ ମଧ୍ୟ ଲଗାଇଛନ୍ତି।

କଂଗ୍ରେସ ନେତାମାନଙ୍କ କହିବାନୁସାରେ, ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟରେ ନିର୍ବାଚନ ଚାଲିଛି। ଏଥିଯୋଗୁଁ କିଛି ସପ୍ତାହ ହେଲା ପେଟ୍ରୋଲ ଓ ଡିଜେଲର ଦାମ ବଢି ନାହିଁ। ନିର୍ବାଚନ ପରେ ପେଟ୍ରୋଲ, ଡିଜେଲ ଦରରେ ବୃଦ୍ଧି ଘଟିବ। ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳର ମୂଲ୍ୟ ଗୁରୁବାର ଠାରୁ ବ୍ୟାରେଲ୍ ପିଛା ଦର ୧୨୦ ଡଲାରରୁ ଅଧିକ ହୋଇଯାଇଥିଲା, ଯାହା ଗତ ୯ ବର୍ଷ ମଧ୍ୟରେ ସର୍ବାଧିକ। ଶୁକ୍ରବାର ଏହାର ମୂଲ୍ୟ ହ୍ରାସ ପାଇ ବ୍ୟାରେଲ୍ ପିଛା ୧୧୧ ଡଲାରରେ ପହଞ୍ଚିଛି। ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ ଦର ବୃଦ୍ଧି ପାଉଛି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର