ଜମ୍ମୁ ଓ କଶ୍ମୀରକୁ ପୁଣି ରାଜ୍ୟ ମାନ୍ୟତା ପାଇଁ ରାହୁଲ ଗାନ୍ଧିଙ୍କ ଦାବି

ଶ୍ରୀନଗର : ଜମ୍ମୁ ଓ କଶ୍ମୀରକୁ ପୁଣି ଥରେ ରାଜ୍ୟ ମାନ୍ୟତା ପ୍ରଦାନ ଲାଗି କଂଗ୍ରେସ ନେତା ରାହୁଲ ଗାନ୍ଧି ଦାବି କରିଛନ୍ତି । ଏହା ସହିତ ଏଠାରେ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଆୟୋଜନ ଲାଗି ମଧ୍ୟ ସେ ଦାବି କରିଛନ୍ତି ।

ଦୁଇଦିନିଆ କଶ୍ମୀର ଗସ୍ତରେ ଥିବା ରାହୁଲ ଆଜି କହିଛନ୍ତି ଯେ ଜମ୍ମୁ ଓ କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଓ ଏଠାରେ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ଆୟୋଜନ ଲାଗି ଆମେ ଦାବି କରୁଛୁ । ଶ୍ରୀନଗରଠାରେ କଂଗ୍ରେସ କର୍ମୀମାନଙ୍କୁ ଉଦବୋଧନ ଦେବା ଅବସରରେ ସେ ଅଭିଯ଼ୋଗ କରିଛନ୍ତି ଯେ ବିଜେପି ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ଦୁର୍ବଳ କରୁଛି । ସେମାନେ ସଂସଦ, ବିଧାନସଭା, ନ୍ୟାୟପାଳିକା ଉପରେ ଆକ୍ରମଣ କରିଛନ୍ତି । ଏହା ସହିତ ଗଣମାଧ୍ୟମ ଉପରେ ଚାପ ପ୍ରୟୋଗ କରାଯ଼ାଉଛି ।
ଆଜି ରାହୁଲ ଗାନ୍ଧି ଶ୍ରୀନଗରଠାରେ ଏକ ନବନିର୍ମିତ କଂଗ୍ରେସ କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି । ଆଜି ମଧ୍ୟ ସେ କଶ୍ମୀର ଗନ୍ଦରବଲଠାରେ ଥିବା କ୍ଷୀର ଭବାନୀ ମନ୍ଦିର ଓ ହଜରତବଲ ମସଜିଦ ପରିଦର୍ଶନରେ ଯ଼ାଇଥିଲେ ।

ଗତ ୨୦୧୯, ଅଗଷ୍ଟ ୫ରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ପରେ ଏହା ହେଉଛି ରାହୁଲ ଗାନ୍ଧିଙ୍କ ପ୍ରଥମ କଶ୍ମୀର ଗସ୍ତ ।

ସମ୍ବନ୍ଧିତ ଖବର