ପ୍ରଚାରରେ ଥିବା ବେଳେ ବିଗିଡ଼ି ଗଲା ରାହୁଲଙ୍କ ହେଲିକ୍ୟାପ୍ଟର; ତଳକୁ ଓହ୍ଲାଇ ମରାମତିରେ ଲାଗିପଡ଼ିଲେ କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ:  କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନରେ ଖୁବ୍ ବ୍ୟସ୍ତ ଅଛନ୍ତି ଏବଂ ଲଗାତାର ଦଳର ପ୍ରଚାର କରୁଛନ୍ତି । କିନ୍ତୁ ଶୁକ୍ରବାର  ତାଙ୍କ ହେଲିକ୍ୟାପ୍ଟରରେ କିଛି  ତ୍ରୁଟି ଦେଖାଦେଇଥିଲା । ଏହାପରେ ରାହୁଲ୍ ଗାନ୍ଧୀ ନିଜେ ଓହ୍ଲାଇ ପଡ଼ି ହେଲିକ୍ୟାପ୍ଟରର ମରାମତି କରିବାକୁ ଲାଗିଥିଲେ । ଏହି ଘଟଣା ହିମାଚଳ ପ୍ରଦେଶ ଉନ୍ନାରରେ ଦେଖିବାକୁ ମିଳିଥିଲା।

ତେବେ ରାହୁଲ ଗାନ୍ଧୀ ହେଲିକ୍ୟାପ୍ଟର ମରାମତିର ଫଟୋକୁ ଇଷ୍ଟାଗ୍ରାମ୍ ରେ ପୋଷ୍ଟ କରି ଲେଖିଥିଲେ, ଭଲ ଟିମୱାର୍କର ଅର୍ଥ ହେଉଛି ସବୁ ଲୋକ ଏକ ସଙ୍ଗେ ସମସ୍ତଙ୍କ ସହ ଏକତ୍ରିତ ହୋଇ କାମ କରିବା ।

Outlook

ଗୋଟିଏ ଫଟୋରେ ରାହୁଲ ତଳକୁ ଓହ୍ଲାଇ ହେଲିକ୍ୟାପ୍ଟର ଦେଖୁଥିବାର ନଜର ଆସୁଥିବା ବେଳେ ରାହୁଲଙ୍କ ଫେସବୁକ୍ ରେ ମଧ୍ୟ ଏହାର ଭିଡିଓ ସେୟାର୍ କରାଯାଇଛି । ସୋସିଆଲ୍ ମିଡିଆରେ ରାହୁଲ ଗାନ୍ଧୀଙ୍କ ଦ୍ୱାରା ହେଲିକ୍ୟାପ୍ଟର ଠିକ୍ ହେବାର ଭିଡିଓ ଭାଇରାଲ୍ ହୋଇଯାଇଛି । କିଛି ଲୋକ ଏହି ଭିଡିଓ ଦେଖି ରାହୁଲଙ୍କ ପ୍ରଶଂସା କରୁଥିବା ବେଳେ ଆଉ କିଛି ଲୋକ ଏହାକୁ ପବ୍ଲିକ୍ ଷ୍ଟଣ୍ଟ ବୋଲି କହିଛନ୍ତିି ।

ସମ୍ବନ୍ଧିତ ଖବର