“ମୋର ଦୁର୍ଭାଗ୍ୟ ଯେ ମୁଁ ଜଣେ ସାଂସଦ”.. ସାମ୍ବାଦିକ ସମ୍ମିଳନୀରେ କହୁ କହୁ କହିଗଲେ ରାହୁଲ, ସୁଧାରିଲେ ଜୟରାମ ରମେଶ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଗୁରୁବାରଦିନ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କହିଦେଲେ ଯେ ଦୁର୍ଭାଗ୍ୟବଶତଃ ସେ ସାଂସଦ। ସେ ଏହି ବାକ୍ୟ କହିବା ମାତ୍ରେ ତାଙ୍କ ପାଖରେ ବସିଥିବା ଜୟରାମ ରମେଶ ତାଙ୍କୁ ଅଟକାଇ କହିଥିଲେ ଯେ ଏହା କହିବା ଦ୍ୱାରା ତାଙ୍କୁ ଉପହାସ ହେବ। ଏହାପରେ ରାହୁଲ ନିଜ ବୟାନକୁ ସଂଶୋଧନ କରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ରାହୁଲ ଇଂରାଜୀ ଭାଷାରେ କଥା ହେଉଥିଲେ। ଗୋଟିଏ ପଟେ କଂଗ୍ରେସ ନେତା କେସି ବେଣୁଗୋପାଳ ଓ ଅନ୍ୟପଟେ ଜୟରାମ ରମେଶ ବସିଥିଲେ। ଲଣ୍ଡନ ବୟାନକୁ ନେଇ ବିଜେପିର ଅଭିଯୋଗର ଜବାବ ଦେବାକୁ ଚାହୁଁଥିଲେ ରାହୁଲ । ଯେତେବେଳେ ଜୟରାମ ରମେଶ ରାହୁଲଙ୍କୁ ଅଟକାଇ ତାଙ୍କ ବାକ୍ୟ ସଂଶୋଧନ କଲେ, ମାଇକ୍ ଚାଲୁଥିଲା ଏବଂ ସବୁ କିଛି ରେକର୍ଡ କରାଯାଇଥିଲା। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାକୁ ନେଇ କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିବାକୁ ବିଜେପିକୁ ଆଉ ଏକ ସୁଯୋଗ ମିଳିଛି ।

 

ଦୁର୍ଭାଗ୍ୟବଶତଃ ମୁଁ ଜଣେ ସାଂସଦ ଏବଂ ମୁଁ ସଂସଦରେ ଭାଷଣ ଦେବାକୁ ଅନୁମତି ପାଇବି ବୋଲି ଆଶା କରୁଛି, ତେଣୁ ମୁଁ ପ୍ରଥମେ ଗୃହରେ ମୋର ବୟାନ ରଖିବାକୁ ଚାହେଁ ଏବଂ ଏହା ପରେ ଆପଣ କ’ଣ ଆଲୋଚନା କରିବାକୁ ଚାହୁଁଛନ୍ତି ସେ ବିଷୟରେ ଆଲୋଚନା କରି ମୁଁ ଖୁସି ହେବି। ଏହାପରେ ରାହୁଲ ଗାନ୍ଧିଙ୍କୁ ନିଜର ଭୁଲ ବୁଝାଇବା ପରେ ସେ ନିଜ କଥାକୁ ସୁଧାରି କହିଥିଲେ, ‘ମୁଁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଦୁର୍ଭାଗ୍ୟବଶତଃ ମୁଁ ଆପଣଙ୍କ ପ୍ରଶ୍ନର ଉତ୍ତର ଦେଇପାରିବି ନାହିଁ, କାରଣ ସଂସଦରେ ୪ ଜଣ ମନ୍ତ୍ରୀ ଏହି ଅଭିଯୋଗ କରିଛନ୍ତି ଏବଂ ଉତ୍ତର ଦେବାକୁ ସୁଯୋଗ ଦେବା ମୋର ଗଣତାନ୍ତ୍ରିକ ଅଧିକାର । ଦେଶରେ ଯଦି ଗଣତନ୍ତ୍ର କାମ କରୁଛି ତାଙ୍କୁ କହିବାର ସୁଯୋଗ ମିଳିବ ବୋଲି ରାହୁଲ କହିଛନ୍ତି ।

 

ସମ୍ବନ୍ଧିତ ଖବର