ପିଏଫ୍‌ଆଇ ବିରୋଧରେ ଚଢ଼ଉ ଜାରି

କେରଳ ହରତାଳ ପାଇଁ ୧୫୦୦ ଗିରଫ, ୨ ଜଣଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି ହେବ

ତିରୁଅନନ୍ତପୁରମ୍‌ : ଇସଲାମିକ ଚରମପନ୍ଥୀ ସଂଗଠନ ପିଏଫ୍‌ଆଇ (ପପୁଲାର ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ) ବିରୋଧରେ ଏନ୍‌ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି କେରଳରେ ଗତ ଶୁକ୍ରବାର ଆନ୍ଦୋଳନ ହୋଇଥିଲା। ଉକ୍ତ ଆନ୍ଦୋଳନ ହିଂସାତ୍ମକ ମୋଡ଼ ନେଇଥିଲା। ପୁଲିସ ଏହି ମାମଲାରେ ୧୫୦୦ ଜଣଙ୍କୁ ଗିରଫ କଲାଣି।

ଅନ୍ୟପକ୍ଷେ ପିଏଫ୍ଆଇ କାର୍ଯ୍ୟକର୍ତ୍ତାଙ୍କ ଘରେ ଏବଂ ବ୍ୟବସାୟିକ ପ୍ରତିଷ୍ଠାନରେ ଚଢ଼ଉ ଜାରି ରହିଛି। କେରଳର ପିଏଫ୍‌ଆଇର ୨ ଜଣ କାର୍ଯ୍ୟକର୍ତ୍ତା ଏ ଅବଦୁଲ ସତ୍ତର ଏବଂ ସିଏ ରୌଫ୍‌ଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି ହେବ ବୋଲି କେରଳ ପୁଲିସ ନିଷ୍ପତ୍ତି ନେଇଛି। ଏ ଅବଦୁଲ ସତ୍ତର ହରତାଳ ଡାକରା ଦେଇଥିଲେ। କେରଳର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ସୋମବାର ଦିନ କନ୍ନୁର ଏବଂ କୋଝିକୋଡ ଜିଲ୍ଳାରେ ଚଢ଼ଉ ହୋଇଛି। ହିଂସା ପାଇଁ ଗିରଫଙ୍କ ସଂଖ୍ୟା ଆହୁରି ବଢ଼ିବ। ବନ୍ଦ ସମୟରେ ୭୦ ସରକାରୀ ବସ୍‌ ଭଙ୍ଗାରୁଜା କରାଯାଇଛି। ଅନେକ ଡ୍ରାଇଭର ଏବଂ ଯାତ୍ରୀ ଆହତ ‌ହୋଇଛନ୍ତି। ଅନେକ ସ୍ଥାନରେ ବୋମା ନିକ୍ଷେପ କରାଯାଇଛି।

ସମ୍ବନ୍ଧିତ ଖବର