ଚୀନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅବଗତ କରାଇଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ : ଭାରତୀୟ ସେନା ଓ ଚୀନ ସେନା ମଧ୍ୟରେ ହିଂସାତ୍ମକ ସଂଘର୍ଷ ସଂପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଇଛନ୍ତି । ଏହା ପୂର୍ବରୁ ରାଜନାଥ ସିଡିଏସ ଜେନେରାଲ ବିପିନ ରାଓ୍ଵତ ଓ ତିନିସେନା ମୁଖ୍ୟଙ୍କୁ ଭେଟି ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀ ଖୁବ ଶୀଘ୍ର ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକ ଡାକିବାର ସମ୍ଭାବନା ରହିଛି । ଚୀନ ସେନା ସହ ସଂଘର୍ଷ ଘଟଣା ପରେ ଭାରତୀୟ ସେନାଧ୍ୟକ୍ଷ ଜେନେରାଲ ଏମଏମ ନାରାଓ୍ଵାଣେ ଆଜି ନିଜର ପଠାନକୋଟ ଗସ୍ତକୁ ବାତିଲ କରିଦେଇଛନ୍ତି ।

ଅନ୍ୟପକ୍ଷରେ ଚୀନ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଜୁନ ୧୫ରେ ଭାରତୀୟ ସୈନ୍ୟ ବେଆଇନ ଭାବେ ଚୀନ ସୀମା ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ଏହା ଫଳରେ ସଂଘର୍ଷର ସୁତ୍ରପାତ ହୋଇଥିଲା । ଉତ୍ତେଜନା ହ୍ରାସ ପ୍ରକ୍ରିୟା ବେଳେ ଏହି ଘଟଣା ଘଟିଥିଲା ବୋଲି ଭାରତୀୟ ସେନାର ବୟାନକୁ ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଝାଓ ଲିଜିଆନ ଖଣ୍ଡନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସୋମବାର ରାତିରେ ଲଦାଖର ଗଲଓ୍ଵାନ ଉପତ୍ୟାକାରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ଭାରତୀୟ ସେନାର ୨ ସୈନିକଙ୍କ ସମେତ ଜଣେ କର୍ଣ୍ଣେଲ ସହିଦ ହୋଇଥିଲେ । ସେହିପରି ଚୀନ ପକ୍ଷର କିଛି ସୈନିକ ମୃତ୍ୟୁବରଣ କରିଥିବା ଚୀନ ଗଣମାଧ୍ୟମ ସ୍ୱୀକାର କରିଛି । ଚୀନ ପକ୍ଷର କେତେକ ସୈନ୍ୟ ମୃତ୍ୟୁବରଣ କରିଥିବା ଭାରତୀୟ ସେନା ମଧ୍ୟ ନିଜ ବୟାନରେ ସ୍ପଷ୍ଟ କରିଛି ।

ସମ୍ବନ୍ଧିତ ଖବର