୮ରେ ପ୍ରଥମେ ‘ଶସ୍ତ୍ର ପୂଜା’ ସମାପନ କରିବା ପରେ ଯାଇ ଭାରତୀୟ ବାୟୁସେନା ପାଇଁ ନୂତନ ରାଫେଲକୁ ଗ୍ରହଣ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରତିବର୍ଷ ଦଶହରା ପାଳନ ଅବସରରେ କରି ଆସୁଥିବା ତାଙ୍କର ‘ଶସ୍ତ୍ର ପୂଜା’କୁ ଚଳିତ ଫ୍ରାନ୍ସରେ ପାଳନ କରିବେ ବୋଲି ଜଣାପଡ଼ିଛି। କାରଣ, ଚଳିତ ବର୍ଷ ୮ ତାରଖ ଦିନ ପବିତ୍ର ଦଶହରା ବା ବିଜୟା ଦଶମୀ ପଡ଼ୁଥିବା ବେଳେ ସେହିଦିନ ଫ୍ରାନ୍ସର ଦାସଲ୍ଟ ଏଭିଏସନ୍‌ ଭାରତ କିଣିବାକୁ ଥିବା ୩୬ଟି ଲଢ଼ୁଆ ରାଫେଲ ବିମାନକୁ ଭାରତକୁ ହସ୍ତାନ୍ତର କରିବ। ସେହିଦିନ ମଧ୍ୟ ଫ୍ରାନ୍ସ ଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଲଢ଼ୁଆ ରାଫେଲ ବିମାନକୁ ଭାରତୀୟ ବାୟୁସେନାରେ ଆନୁଷ୍ଠାନିକ ଭାବେ ସାମିଲ କରାଯିବ।

ANI

ସେଥିପାଇଁ ଫ୍ରାନ୍ସର ଦାସଲ୍ଟ ଏଭିଏସନ୍‌ ଠାରୁ ପ୍ରଥମ ଲଢ଼ୁଆ ରାଫେଲ ବିମାନ ଗ୍ରହଣ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଫ୍ରାନ୍ସ ଗସ୍ତରେ ଯିବେ। ତେବେ, ୮ ତାରଖ ଦିନ ଫ୍ରାନ୍ସରେ ସେ ପ୍ରଥମେ ସେ ତାଙ୍କର ଶସ୍ତ୍ରପୂଜା ସମାପନ କରିବା ପରେ ହିଁ ରାଫେଲ ବିମାନକୁ ଗ୍ରହଣ କରିବା ସହ ତାକୁ ଆନୁଷ୍ଠାନିକ ଭାବେ ଭାରତୀୟ ବାୟୁସେନାରେ ସାମିଲ କରାଇବେ।

ସମ୍ବନ୍ଧିତ ଖବର