ମେଡିକାଲ ମାଫିଆଙ୍କର ସାହସ ଅଛି ତ ଅମୀର ଖାନଙ୍କ ବିରୋଧରେ ମୁହଁ ଖୋଲନ୍ତୁ: ବାବା ରାମଦେବ

ନୂଆଦିଲ୍ଲୀ: ଆଲୋପାଥି ବନାମ ଆୟୁର୍ବେଦର ଯୁଦ୍ଧ ବନ୍ଦ ହେବାର ନାମ ନେଉନାହିଁ | ବର୍ତ୍ତମାନ ଏହି ବିତର୍କ ରାମଦେବ ବନାମ ଫାର୍ମା କମ୍ପାନୀରେ ପହଞ୍ଚିଛି। ଏଲୋପାଥି ଉପରେ ଦେଇଥିବା ବୟାନକୁ ପ୍ରତ୍ୟାହାର ପରେ ମଧ୍ୟ ଯୋଗ ଗୁରୁ ପଛକୁ ଫେରିବାକୁ ପ୍ରସ୍ତୁତ ନାହାନ୍ତି | ବାବା ରାମଦେବ ଆଜି ଫିଲ୍ମ ଅଭିନେତା ଆମୀର ଖାନଙ୍କ କାର୍ଯ୍ୟକ୍ରମ ‘ସତ୍ୟମେବ ଜୟତେ’ର ଏକ ପୁରୁଣା ଭିଡିଓ ସେୟାର କରି ବିତର୍କକୁ ଆହୁରି ଆଗକୁ ବଢ଼ାଇଛନ୍ତି । ଏହି ଭିଡିଓରେ ଦାବି କରାଯାଉଛି ଯେ ଫାର୍ମା କମ୍ପାନୀ ଏବଂ ଡାକ୍ତରଙ୍କ ସହଭାଗୀତା ହେତୁ ଏକଚାଟିଆ ଯୋଗୁଁ ଅନେକ ଲୋକଙ୍କୁ ଅଧିକ ମୂଲ୍ୟରେ ଔଷଧ କିଣିବାକୁ ବାଧ୍ୟ ହେବାକୁ ପଡୁଛି ।


ଭିଡିଓରେ ବ୍ୟାଖ୍ୟା କରାଯାଇଛି ଯେ ଡାକ୍ତରଙ୍କ ଦ୍ୱାରା ଲିଖିତ ଔଷଧ ଅପେକ୍ଷା ଜେନେରିକ୍ ଔଷଧ ଶସ୍ତା ହୋଇଥିଲେ ବି ରୋଗୀ ମହଙ୍ଗା ଔଷଧ ସେବନ କରିବାକୁ ବାଧ୍ୟ ହେଉଛନ୍ତି। ରାମଦେବ ଟ୍ୱିଟ୍ କରି ଲେଖିଛନ୍ତି, ‘ଯଦି ଏହି ମେଡିକାଲ୍ ମାଫିଆମାନଙ୍କର ସାହସ ଅଛି, ତେବେ ଅମୀର ଖାନଙ୍କ ବିରୋଧରେ ମୋର୍ଚ୍ଚା ଖୋଲନ୍ତୁ।’ ସୂଚନା ଥାଉ କି ଏଲୋପାଥି ଡାକ୍ତରଙ୍କ ଉପରେ ବୟାନ ଦେଇ ବାବା ରାମଦେବ ବିବାଦ ଭିତରକୁ ଟାଣି ହୋଇ ଆସିଥିଲେ |

ଆଇଏମଏ ଖୋଲାଖୋଲି ଭାବେ ରାମଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷ ବର୍ଦ୍ଧନ ବାବା ରାମଦେବଙ୍କୁ ଚିଠି ଲେଖିଥିଲେ ଯାହା ପରେ ଯୋଗ ଗୁରୁ ତାଙ୍କ ବିବୃତ୍ତି ପ୍ରତ୍ୟାହାର କରିଥିଲେ । କିନ୍ତୁ ଏହାର କିଛି ସମୟ ପରେ ରାମଦେବ ଡାକ୍ତର ଏବଂ ଫାର୍ମା କମ୍ପାନୀମାନଙ୍କୁ ପ୍ରଶ୍ନ ପଚାରି ଏକ ଖୋଲା ଚିଠି ଲେଖିଥିଲେ।

ସମ୍ବନ୍ଧିତ ଖବର