ଦିଲ୍ଲୀ ବିଧାନସଭାରେ ନିଷ୍ପତ୍ତି, ପୁଣି ନିର୍ମାଣ ହେବ ରବିଦାସ ମନ୍ଦିର

ନୂଆଦିଲ୍ଳୀ: ଦିଲ୍ଲୀରେ ରବିଦାସ ମନ୍ଦିର ଭାଙ୍ଗିବାକୁ ବିରୋଧ କରି ଗତକାଲି ହଜାର ହଜାର ସଂଖ୍ୟାରେ ଦଳିତ ଦିଲ୍ଲୀରେ ଆନ୍ଦୋଳନ କରିଥିବା ବେଳେ ଆଜି ଦିଲ୍ଲୀ ବିଧାନସଭାରେ ପୁଣିଥରେ ରବିଦାସ ମନ୍ଦିର ନିର୍ମାଣ ହେବ ବୋଲି ନିଷ୍ପତ୍ତି ହୋଇଛି। କେନ୍ଦ୍ର ସରକାର ରବିଦାସ ମନ୍ଦିର ନିର୍ମାଣ ପାଇଁ ଜମି ଆବଣ୍ଟନ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ୧୦ ତାରିଖରେ ଡିଡିଏ (ଦିଲ୍ଲୀ ବିକାଶ କର୍ତ୍ତୃପକ୍ଷ) ଦ୍ବାରା ରବିଦାସ ମନ୍ଦିର ଭଙ୍ଗାଯାଇଥିଲା। ଏହାକୁ ବିରୋଧ କରି ଦଳିତ ଆନ୍ଦୋଳନ କରିବାପରେ ସେହି ସମାନ ସ୍ଥାନରେ ରବିଦାସ ମନ୍ଦିର ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର