ମୋତେ ଗିରଫ କରାଯିବ ନାହିଁ ବୋଲି ଗ୍ୟାରେଣ୍ଟି ଦେଲେ ମୁଁ ୟୁପି ପୁଲିସ ନିକଟରେ ହାଜର ହେବି: ଟ୍ବିଟର ଇଣ୍ଡିଆ ଏମଡି ମନିଷ ମାହେଶ୍ୱରୀ

ନୂଆଦିଲ୍ଲୀ: ମୋତେ ଗିରଫ କରାଯିବ ନାହିଁ ବୋଲି ଗ୍ୟାରେଣ୍ଟି ଦେଲେ ମୁଁ ଉତ୍ତରପ୍ରଦେଶ ପୁଲିସ ନିକଟରେ ହାଜର ହେବି | ଆଜି ଟ୍ୱିଟର ଇଣ୍ଡିଆର ଏମଡି ମନୀଷ ମାହେଶ୍ୱରୀ କର୍ଣ୍ଣାଟକ ହାଇକୋର୍ଟଙ୍କୁ ଏଭଳି କହିଛନ୍ତି | ୟୁପି ପୁଲିସ ତାଙ୍କୁ ଦ୍ଵିତୀୟ ନୋଟିସ ପଠାଇବା ବିରୋଧରେ ମନୀଷ ମାହେଶ୍ୱରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିସନର ଶୁଣାଣି ସମୟରେ ନିଜର ପକ୍ଷ ରଖି ଗିରଫ ନକରାଗଲେ ପୁଲିସ ନିକଟରେ ହଜାର ହେବି ବୋଲି ଟ୍ୱିଟର ଇଣ୍ଡିଆର ଏମଡି କହିଛନ୍ତି |

ଗାଜିଆବାଦ ମୁସଲିମ୍ ବୃଦ୍ଧଙ୍କ ଭାଇରାଲ ଭିଡିଓ ଘଟଣାରେ ଟ୍ୱିଟର ଇଣ୍ଡିଆକୁ ପୁଲିସ ପକ୍ଷରୁ ପୂର୍ବରୁ ଯେଉଁ ନୋଟିସ ପଠାଯାଇଥିଲା ତାହାର ଜବାବ ରଖି ଟ୍ୱିଟର ତରଫରୁ କୁହାଯାଇଥିଲା ଯେ, ପଚରା-ଉଚରା ପାଇଁ ମନିଷ ମାହେଶ୍ୱରୀ ପ୍ରସ୍ତୁତ ଅଛନ୍ତି । ଭିଡିଓ କନଫରେନ୍ସ ଜରିଆରେ ସେ ଉପଲବ୍ଧ ଅଛନ୍ତି । ଯେଉଁଥିରେ ପୁଲିସ କ୍ଷୁବ୍ଧ ହେବା ସହ ମନିଷ ମାହେଶ୍ୱରୀଙ୍କୁ ଆଉ ଏକ ନୋଟିସ୍ ପଠାଇଥିଲା । ଏହାକୁ ବିରୋଧ କରି କର୍ଣ୍ଣାଟକ ହାଇକୋର୍ଟରେ ପିଟିସନ ଦାଖଲ କରିଥିଲେ ମନୀଷ ମାହେଶ୍ୱରୀ |

The Indian Express

ଆଜି ଏହାର ଶୁଣାଣି ସମୟରେ, ଯଦି ସେମାନେ ମୋ ଉପରେ ହାତ ରଖିବେ ନାହିଁ, ତେବେ ମୁଁ ବ୍ୟକ୍ତିଗତ ଭାବେ ପୁଲିସ ନିକଟରେ ହାଜର ହେବାକୁ ଇଚ୍ଛୁକ | ଗିରଫ ନକରିବାର ଗ୍ୟାରେଣ୍ଟି ଦେଲେ ମୁଁ ନିଜେ ଯାଇ ପୁଲିସକୁ ଦେଖା କରିବି ବୋଲି କୋର୍ଟଙ୍କୁ କହିଛନ୍ତି ମନୀଷ ମାହେଶ୍ୱରୀଙ୍କ ପରାମର୍ଶଦାତା ସିଭି ନାଗେଶ |

ଉଲ୍ଲେଖଯୋଗ୍ୟ, ଉତ୍ତର ପ୍ରଦେଶର ଗାଜିଆବାଦରେ ଜଣେ ବୟସ୍କ ମୁସଲମାନ ବ୍ୟକ୍ତିଙ୍କ ଦାଢ଼ି କାଟିଦେବା, ତାଙ୍କୁ ପିଟିବା ଏବଂ ବନ୍ଦେ ମାତରମ ଓ ଜୟ ଶ୍ରୀ ରାମ କହିବାକୁ ବାଧ୍ୟ କରାଯାଉଥିବାର ଏକ ଭିଡିଓ ପ୍ରସାରିତ ହୋଇଥିଲା | ଗାଜିଆବାଦ ପୁଲିସ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯିବା ସତ୍ତ୍ବେ ମଧ୍ୟ ସାମାଜିକ ଗଣମାଧ୍ୟମରୁ ଏହାକୁ ହଟାଯାଇ ନଥିଲା। ତେଣୁ ଲୋନି ଥାନାରେ ଧାରା ୧୫୩ (ଦଙ୍ଗା ସୃଷ୍ଟି ପାଇଁ ଉତ୍ତେଜନା ସୃଷ୍ଟି), ଧାରା ୧୫୩ କ (ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତାକୁ ଉସକାଇବା), ଧାରା ୨୯୫ କ (ଧାର୍ମିକ ଭାବନାକୁ ଉତ୍ତେଜିତ କରିବା), ଧାରା ୫୦୫ (ସାଧାରଣରେ ଅନିଷ୍ଟ ସୃଷ୍ଟିକାରୀ ବିବୃତି) ଏବଂ ଧାରା ୧୨୦ (ଅପରାଧିକ ଷଡ଼ଯନ୍ତ୍ର)ରେ ମାମଲା ରୁଜୁ କରାଯାଇଥିଲା | ଏନେଇ ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ବିଟର ଏବଂ କେତେଜଣ ସାମ୍ବାଦିକଙ୍କ ବିରୋଧରେ ମଧ୍ୟ ଗାଜିଆବାଦ ପୁଲିସ ଏତଲା ରୁଜୁ କରିଥିଲା |

ସମ୍ବନ୍ଧିତ ଖବର