ଗୌରୀ ଲଙ୍କେଶ ହତ୍ୟା ପଛରେ ଏକ ଗୁପ୍ତ ହିନ୍ଦୁବାଦୀ ସଂଗଠନର ହାତ : ଏସଆଇଟି

ବାଙ୍ଗାଲୁରୁ : ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟାକାଣ୍ଡ ଘଟଣାରେ ଗରିଫ ହୋଇଥିବା ୬ଷ୍ଠ ଅଭିଯୁକ୍ତ ପର୍ଶୁରାମ ଓ୍ଵାଘମାରେ ହିଁ ହତ୍ୟାକାରୀ ବୋଲି ଏହି ଘଟଣାର ତଦନ୍ତ କରୁୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସଆଇଟି) କହିଛି । ଏସ୍‌ଆଇଟି ଆହୁରି ମଧ୍ୟ କହିଛି ଯେ ଗୌରୀଙ୍କୁ ଯେଉଁ ଅସ୍ତ୍ରରେ ହତ୍ୟାକରାଯାଇଥିଲା, ପୂର୍ବରୁ ଗୋବିନ୍ଦ ପନସାରେ ଓ ଏମଏମ କଲବୁର୍ଗୀଙ୍କୁ ମଧ୍ୟ ସେହି ଅସ୍ତ୍ରରେ ହତ୍ୟା କରାଯାଇଥିଲା । ଉକ୍ତ ବନ୍ଧୁକଟି ଏପର୍ଯ୍ୟନ୍ତ ଜବତ ହୋଇନଥିଲେ ମଧ୍ୟ ଫୋରେନସିକ ପରୀକ୍ଷାରୁ ଏହା ଜଣାପଡିଛି । ଏ ସମସ୍ତ ଅଭିଯୁକ୍ତ କୌଣସି ଏକ ଦକ୍ଷିଣପନ୍ଥୀ ସଂଗଠନର ସଦସ୍ୟ ବୋଲି ଏସଆଇଟି କହିଛି । ଏହି ସଂଗଠନରେ ସଦସ୍ୟ ମଧ୍ୟପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, ଗୋଆ ଓ କର୍ଣ୍ଣାଟକରେ ରହିଛି । କିନ୍ତୁ ଉତ୍ତରପ୍ରଦେଶରେ ଏହାର କୌଣସି ଶାଖା ଥିବା ସୁରାକ ମିଳିନାହିଁ ବୋଲି ଏସଆଇଟି ଦାବି କରିଛି । ତେବେ ହିନ୍ଦୁ ଜାଗୃତି ସମିତି ଓ ସନାତନ ସଂସ୍ଥା ଆଦି ସଂଗଠନ ଏହି ହିନ୍ଦୁବାଦୀ ସଂଗଠନ ସହ ଜଡିତ ଥିଲେ ମଧ୍ୟ ଏମାନେ ସିଧାସଳଖ ଏହି ହତ୍ୟାକାଣ୍ଡ ସହ ଜଡିତ ହେବାର ସମ୍ଭାବନା କମ ବୋଲି ଏସଆଇଟି କହିଛି ।

ସମ୍ବନ୍ଧିତ ଖବର