ସଂଘ ନିଜର ଆଦର୍ଶବାଦକୁ ଅନ୍ୟ କାହା ଉପରେ ବଳପୂର୍ବକ ଲଦିଦେବାକୁ ଚାହେଁ ନାହିଁ

ନୂଆଦିଲ୍ଲୀ: ଦେଶ ଗଠନ କ୍ଷେତ୍ରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) କାର୍ଯ୍ୟ କରିଆସୁଛି । କିନ୍ତୁ ଏହା ନିଜର ଚିନ୍ତାଧାରା ବା ଆଦର୍ଶବାଦକୁ ଅନ୍ୟକାହା ଉପରେ ବଳପୂର୍ବକ ଲଦିଦେବାକୁ ଚାହେଁ ନାହିଁ । ଆଜି ଏଠାରେ ଆରମ୍ଭ ହୋଇଥିବା ଆରଏସଏସର ୩ଦିନିଆ ବକ୍ତତାମାଳା ‘ଭବିଷ୍ୟତର ଭାରତ-ଆରଏସଏସର ଦୃଷ୍ଟିକୋଣରୁ’ ଅବସରରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ସାରା ଦେଶରେ ସଂଘ ଅତୁଳନୀୟ କାର୍ଯ୍ୟ କରିଚାଲିଛି । ଦେଶର ଗଠନ ଦିଗରେ ସଂଘ ପ୍ରତିଷ୍ଠାତା ଡଃ କେ.ବି.ହେଗଡେଓ୍ଵାରଙ୍କ ଅତୁଳନୀୟ ଯୋଗଦାନ ରହିଛି । ତେବେ ଏହି ସମାରୋହରୁ ସଂଘ ପକ୍ଷରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି, ଏନସିପି ମୁଖ୍ୟ ଶରଦ ପାଓ୍ଵାର ପ୍ରମୁଖଙ୍କୁ ଆମନ୍ତ୍ରଣ କରାଯାଇଥିଲେ ମଧ୍ୟ ସେମାନେ ଯୋଗ ଦେବାକୁ ମନା କରିଦେଇଛନ୍ତି ।

ସମ୍ବନ୍ଧିତ ଖବର