୯୧ ବର୍ଷ ବୟସରେ ନିଜ ୪ର୍ଥ ପତ୍ନୀଙ୍କୁ ଛାଡ଼ପତ୍ର ଦେଲେ ମିଡିଆ ସମ୍ରାଟ ରୁପୋର୍ଟ ମୋର୍ଡକ୍

ଲଣ୍ଡନ : ମିଡିଆ ସମ୍ରାଟ ଭାବେ ସମଗ୍ର ବିଶ୍ବରେ ପରିଚିତ ରିପୋର୍ଟ ମୋର୍ଡକଙ୍କୁ ଏବେ ୯୧ ବର୍ଷ ବୟସ । ଏହି ପରିଣତ ବୟସରେ ବି ସେ ନିଜର ପତ୍ନୀ ଜେରି ହଲଙ୍କୁ ଛାଡ଼ପତ୍ର ଦେବାକୁ ଘୋଷଣା କରିଛନ୍ତି ।

ଏହି ରୁପୋର୍ଟ ମୋର୍ଡକଙ୍କ ୪ର୍ଥ ଛାଡ଼ପତ୍ର ହୋଇଥିବାବେଳେ ହଲଙ୍କ ୩ୟ ଛାଡ଼ପତ୍ର । ଆମେରିକୀୟ ଖବରକାଗଜ ନ୍ୟୁୟର୍କ ଟାଇମ୍ସ ଏହି ଖବରକୁ ସ୍ପଷ୍ଟ କରିଛି । ତେବେ ମୋର୍ଡକଙ୍କ ଅଫିସ ପକ୍ଷରୁ ଏ ନେଇ କୌଣସି ଔପଚାରିକ ଖବର ଘୋଷଣା କରାଯାଇନାହିଁ ।

କୁହାଯାଉଛି ଯେ ଉଭୟଙ୍କର ଏହି ଛାଡ଼ପତ୍ର ଖବରକୁ ନେଇ ତାଙ୍କ ପରିବାର ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମାର୍ଚ୍ଚ ୨୦୧୬ରେ ରୁପୋର୍ଟ ମୋର୍ଡକ ଲଣ୍ଡନର ସ୍ପେନସର ହୋଟେଲଠାରେ ଜେରି ହଲଙ୍କୁ ବିବାହ କରିଥିଲେ । ଗତ ବର୍ଷ ମୋର୍ଡକ ନିଜର ୯୦ତମ ଜନ୍ମଦିନ ପାଳନ କରିଥିଲେ ।

ମୋର୍ଡକଙ୍କ ପ୍ରଥମ ପତ୍ନୀ ହେଉଛନ୍ତି ଅଷ୍ଟ୍ରେଲୀୟ ଏୟାରହୋଷ୍ଟେସ ପାଟ୍ରିସିଆ ବୁକର । ତାଙ୍କୁ ସେ ୧୯୫୭ରେ ବିବାହ କରିଥିଲେ ଓ ଏହା ୧୯୬୭ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା । ପରେ ସେ ସ୍କଟଲାଣ୍ଡର ସାମ୍ବାଦିକା ଆନ୍ନା ମୁର୍ଡକଙ୍କୁ ବିବାହ କରିଥିଲେ । ତାଙ୍କୁ ସେ ୧୯୬୭ରେ ବିବାହ କରିଥିଲେ ଓ ତାହା ୧୯୯୯ ପର୍ଯ୍ୟନ୍ତ ତିଷ୍ଠି ରହିଥିଲା । ୧୯୯୯ରେ ସେ ଚୀନ ବଂଶୋଦ୍ଭବ ଓ୍ବାଣ୍ଡି ଡେନଙ୍କୁ ବିବାହ କରିଥିଲେ ।

ସମ୍ବନ୍ଧିତ ଖବର