ଭାରତକୁ ୨ୟ ଏସ-୪୦୦ ଯୋଗାଇଲା ରୁଷ, ଆମେରିକାର ପ୍ରତିକ୍ରିୟା ଉପରେ ନଜର

ନୂଆଦିଲ୍ଲୀ : ଯ଼ୁଦ୍ଧ ଘନଘଟା ଓ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଧମକ ମଧ୍ୟରେ ବି ଭାରତ ଓ ରୁଷ ମଧ୍ୟରେ ସାମରିକ ସହଯୋଗ ଜାରି ରହିଛି । ଚଳିତ ମାସରେ ରୁଷ ଭାରତକୁ ୨ୟ ରେଜିମେଣ୍ଟ ଏସ-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଯୋଗାଣ ଆରମ୍ଭ କରିଛି । ଚଳିତ ମାସ ଶେଷ ସୁଦ୍ଧା ଯୋଗାଣ ସଂପୂର୍ଣ୍ଣ ହେବ ବୋଲି ଜଣାପଡିଛି । ତେବେ ଆମେରିକା ଏହାର କଣ ପ୍ରତିକ୍ରିୟା ଦେଉଛ ତା ଉପରେ ସମସ୍ତଙ୍କ ନଜର ରହିବ ।

ଗତ ବର୍ଷ ନଭେମ୍ବରରେ ଆସିଥିବା ପ୍ରଥମ ଏସ୪୦୦କୁ ଭାରତ ପଂଜାବସ୍ଥିତ ପାକିସ୍ତାନ ସୀମାରେ ମୁତୟନ କରିଥିଲା । ୨ୟ ଏସ-୪୦୦ଟି ଚୀନ ସୀମାରେ ମୁତୟନ ହେବାର ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ, ଏସ-୪୦୦କୁ ବିଶ୍ବର ସବୁଠାରୁ ଶକ୍ତିଶାଳୀ ଏୟାରଡିଫେନ୍ସ ସିଷ୍ଟମ କୁହାଯାଉଛି । ଋଷିଆରୁ ୫ଟି ରେଜିମେଣ୍ଟ ଏସ-୪୦୦ କିଣିବାକୁ ୨୦୧୮, ଅକ୍ଟୋବରରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତକାଳରେ ୫.୪୩ ବିଲିୟନ ଡଲାର ( ୪୦ ହଜାର କୋଟି ଟଙ୍କା)ର ଚୁକ୍ତି ହୋଇଥିଲା । ଏହି ଚୁକ୍ତି ଅନୁସାରେ ପ୍ରଥମ ଅଗ୍ରୀମ କିସ୍ତି (ମୋଟ ମୂଲ୍ୟର ୧୦%) ପ୍ରଦାନ କରିବାର ୨ ବର୍ଷ ମଧ୍ୟରେ ପ୍ରଥମ ଏସ-୪୦୦ ମିଳିବାର ଥିଲା । ଏହା ଅନୁଯାୟୀ ଭାରତ ୨୦୧୯ରେ ପ୍ରଥମ କିସ୍ତି ଆକାରରେ ୮୦୦ ନିୟୁତ ଡଲାର ପ୍ରଦାନ କରିଥିଲା । କିନ୍ତୁ କରୋନା ମହାମାରୀ ଯୋଗୁଁ ପ୍ରଥମ ରେଜିମେଣ୍ଟର ଯୋଗାଣ ପ୍ରାୟ ଏକ ବର୍ଷ ବିଳମ୍ବିତ ହୋଇଥିଲା ଓ ୨୦୨୦ ବଦଳରେ ୨୦୨୧ର ପ୍ରଥମ ରେଜିମେଣ୍ଟ ଯୋଗାଣ ହୋଇଥିଲା ।

ସମ୍ବନ୍ଧିତ ଖବର