ତାଲିବାନ ରାଜୁତିରେ ଅଧିକ ସୁରକ୍ଷିତ ରହିବ କାବୁଲ: ଋଷିଆ ରାଷ୍ଟ୍ରଦୂତ

କାବୁଲ: ଆଫଗାନିସ୍ତାନ ସଙ୍କଟକୁ ନେଇ ସାରା ବିଶ୍ୱ ଚିନ୍ତିତ । ଏହାରି ଭିତରେ ଆଫଗାନିସ୍ତାନ ପରିସ୍ଥିତି ନେଇ ପ୍ରତିକ୍ରିୟା ରଖିଛି ଋଷିଆ । ତାଲିବାନ ସପକ୍ଷରେ ମତ ରଖିଛନ୍ତି ଋଷିଆ ରାଷ୍ଟ୍ରଦୂତ । ତାଲିବାନୀଙ୍କୁ ପ୍ରଶଂସା କରିଛନ୍ତି ଋଷିଆ ରାଷ୍ଟ୍ରଦୂତ ଡିମିଟ୍ରି ଝିରନୋଭ । ସେ କହିଛନ୍ତି, ତାଲିବାନ ରାଜୁତିରେ ଅଧିକ ସୁରକ୍ଷିତ ରହିବ କାବୁଲ । ତାଲିବାନ କ୍ଷମତାକୁ ଆସିବାର ୨୪ ଘଣ୍ଟାରେ ଯେପରି ସ୍ଥିତି ଦେଖିବାକୁ ମିଳିଛି, ସେଥିରୁ ଲାଗୁଛି କାବୁଲ ପୂର୍ବ ସରକାର ଅପେକ୍ଷା ଅଧିକ ସୁରକ୍ଷିତ ।

ସେପଟେ, ଆଫଗାନିସ୍ତାନକୁ କବଜା କରିବା ପରେ ତାଲିବାନଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ତାଲିବାନମାନେ ଖୁସିରେ ନାଚିବା ସହ ଦୋଳି ଖେଳିବାର ଦୃଶ୍ୟ ସାମ୍ନାକୁ ଆସିଛି । ଏହାର କିଛି ଭିଡ଼ିଓ ଏବେ ଭାଇରାଲ ହୋଇଛି, ଯେଉଁଥିରେ ଛୋଟ ପିଲାଙ୍କ ଖେଳନା ଗାଡ଼ି ଚଳାଇ ମଜା ‌ନେଉଛନ୍ତି ତାଲିବାନ । ଏହା ସହ ଜିମରେ ବ୍ୟାୟାମ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ତାଲିବାନମାନେ ଅଫଗାନିସ୍ତାନକୁ ଦଖଲ କରିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି । ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ଅନ୍ୟ ଦେଶକୁ ଫେରୁଥିବା ବେଳେ ତାଲିବାନମାନେ ଖୁସି ମନାଇବା ଆରମ୍ଭ କରିଛନ୍ତି ।

indiatoday.in

ଅନ୍ୟପକ୍ଷରେ, କ୍ଷମତାକୁ ଆସିବା ପରେ ତାଲିବାନ ମଙ୍ଗଳବାର ଦିନ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ସାଧାରଣ କ୍ଷମା ପ୍ରାର୍ଥନା କରିଛି। ଏହା ସହ ପୂର୍ବ ସରକାରଙ୍କ ସହ କାମ କରୁଥିବା ସମସ୍ତ କର୍ମଚାରୀ ପୁଣି ଥରେ କାର୍ଯ୍ୟାଳୟକୁ ଫେରନ୍ତୁ ବୋଲି କହିଛି ତାଲିବାନ। ପୂର୍ବ ଆଫଗାନିସ୍ତାନ ସରକାରଙ୍କ କର୍ମଚାରୀଙ୍କ ପାଇଁ ସାଧାରଣ କ୍ଷମା ଘୋଷଣା କରିବାବେଳେ ତାଲିବାନର ଜଣେ ଅଧିକାରୀ ମହିଳାମାନଙ୍କୁ ତାଙ୍କ ସରକାରରେ ଯୋଗଦେବାକୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର