ରାଜ୍ୟସଭାରେ ଜମ୍ମୁକଶ୍ମୀର ପୁନର୍ଗଠନ ବିଲ୍ ଉପସ୍ଥାପନ କରିବାକୁ ଡର ଲାଗିଥିଲା: ଶାହା

ନୂଆଦିଲ୍ଲୀ: ଜମ୍ମୁକଶ୍ମୀର ପୁନର୍ଗଠନ ବିଲକୁ ଉପସ୍ଥାପନ କରିବାକୁ ମନରେ ଶଙ୍କା ଆସିଥିଲା | ରାଜ୍ୟସଭାରେ କିଭଳି ଏହି ବିଲ ପାରିତ ହେବ ସେ ନେଇ ଶଙ୍କା ଥିଲାବୋଲି ଗୃହ ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି | ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ ଶାହା କହିଛନ୍ତି ଯେ ଏହି ବିଲ ଉପସ୍ଥାପନ ହେବା ପରେ ସଂସଦ କିଭଳି ଚାଲିବ ସେ ନେଇ ମନରେ ଭୟ ରହିଥିଲା | ଶାହା କହିଥିଲେ ଯେ ଆନ୍ଧ୍ରପ୍ରଦେଶ ବିଭାଜନ ସମୟରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା, ସେଭଳି ପରିସ୍ଥିତି ହେବ ବୋଲି ମୋ ମନରେ ଭୟ ଥିଲା |

କିନ୍ତୁ ରାଜ୍ୟସଭାର ଅଧ୍ୟକ୍ଷ ଭେଙ୍କେୟା ନାଇଡୁ  କୁଶଳତାର ସହ ଗୃହକୁ ପରିଚାଳନା କରିଥିଲେ | କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଯେ ଯେ ସମ୍ବିଧାନର ୩୭୦ ଧାରାରେ ଜମ୍ମୁ ଓ କଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ପାହ୍ୟା ଉଚ୍ଛେଦ ସେ ଅଞ୍ଚଳରେ ଆତଙ୍କବାଦର ଅବସାନ ଘଟାଇବା ସହ ପ୍ରଗତିକୁ ବାଟ କଢ଼ାଇବ। ଏଠାରେ ସୂଚନା ଥାଉ କି ଅଗଷ୍ଟ ୫ ତାରିଖରେ ରାଜ୍ୟସଭାରେ ଜାମ୍ମୁ ଓ କଶ୍ମୀର ରାଜ୍ୟ ପୁନର୍ଗଠନ ବିଲ-୨୦୧୯ ଗୃହୀତ ହୋଇଥିଲା ।

ଗୃହମନ୍ତ୍ରୀ ଅମିତ ଶାହା ଏହି ବିଲକୁ ରାଜ୍ୟସଭାରେ ଆଗତ କରିଥିଲେ । ଏହି ବିଲ ଆଇନରେ ପରିଣତ ହୋଇଛି ଏବଂ ଜମ୍ମୁ ଓ କଶ୍ମୀର ଏକ କେନ୍ଦ୍ର ଶାସିତ ଅଂଚଳ ଓ ଲଦାଖ  ଅନ୍ୟ  ଏକ କେନ୍ଦ୍ର ଶାସିତ ଅଂଚଳରେ ପରିଣତ ହେଇଛି । ବିଲ ସପକ୍ଷରେ ୧୨୫ ଓ ବିପକ୍ଷରେ ୬୧ଟି ଭୋଟ ପଡିଥିଲା ।

ସମ୍ବନ୍ଧିତ ଖବର