୫୦-୫୦ ଫର୍ମୁଲା କଥା ମନେ ପକାଇଲା ଶିବସେନା

ମୁମ୍ବାଇ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ମତଗଣନା ଜାରି ରହିଥିବା ବେଳେ ଏଠାରେ ବିଜେପି ଏବଂ ଶିବସେନା ମେଣ୍ଟ ସରକାର ଗଢ଼ିବାର ସମ୍ଭାବନା ଅଧିକ ବୋଲି ଜଣାଗଲାଣି। ଏଭଳି ପରିସ୍ଥିତିରେ ଶିବସେନାର ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ସଞ୍ଜୟ ରାୱତଙ୍କ ବୟାନକୁ ନେଇ ରାଜନୀତି ସରଗରମ ହୋଇଛି।

ସଞ୍ଜୟ ରାୱତ କହିଛନ୍ତି ଯେ ସେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ସହ ସାକ୍ଷାତ ଆଲୋଚନା ପରେ ୫୦-୫୦ ଫର୍ମୁଲା ଆପଣାଇବାକୁ ଉଭୟ ଦଳ ଭିତରେ ଆଲୋଚନା ହେବ। ସେ ଆହୁରି ମଧ୍ୟ ବିଜେପି ସହ ମେଣ୍ଟ ଜାରି ରହିବ। ତେବେ ଏସଂପର୍କରେ ଏଯାବତ୍ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ପ୍ରତିକ୍ରିୟା ମିଡିଆରେ ଆସି ନାହିଁ।

image source-india today

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ମୋଟ ୨୮୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ କରାଯାଇଛି । ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ବିଜେପି ୧୦୪ଟି ଆସନରେ ଆଗୁଆ ଥିବା ବେଳେ ଶିବସେନା ପ୍ରାର୍ଥୀମାନେ ୬୨ ଟି ଆସନରେ ଆଗୁଆ ଅଛନ୍ତି। ଗତ ଥର ତୁଳନାରେ ଏଥର ବିଜେପିକୁ କମ୍ ଆସନ ମିଳୁଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର