ବିଜେପିରେ ସାମିଲ ହେଲେ ସପନା ଚୌଧୁରୀ, ଡ୍ୟାନ୍ସରରୁ ନେତ୍ରୀ ହେଲେ ଦେଶୀ କ୍ୱିନ

ପରିବାର ଚଳାଇବା ପାଇଁ ୧୨ ବର୍ଷ ବୟସରେ ଆରମ୍ଭ କରିଥିଲେ ନୃତ୍ୟ

ଚଣ୍ଡୀଗଡ଼: ନିଜର ବୋଲଡ ଓ ବିନ୍ଦାସ ଅନ୍ଦାଜ ପାଇଁ ପରିଚିତ କଣ୍ଠଶିଳ୍ପୀ-ନୃତ୍ୟଶିଳ୍ପୀ ସପନା ଚୌଧୁରୀ ଆଜି ବିଜେପିରେ ସାମିଲ ହୋଇଛନ୍ତି | ଦିଲ୍ଲୀର ଜବାହାରଲାଲ ଷ୍ଟାଡିୟମରେ ଅନୁଷ୍ଠିତ ବିଜେପିର ସଦସ୍ୟତା ସଂଗ୍ରହ ଅଭିଯାନରେ ସେ ସାମିଲ ହୋଇଛନ୍ତି | ବିଜେପିର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରମନ୍ତ୍ରୀ ଡ.ହର୍ଷବର୍ଦ୍ଧନଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି | କୁହାଯାଉଛି ଆଗାମୀ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ତାଙ୍କୁ ଟିକଟ ମିଳିପାରେ |

Photo-financialexpress.com

ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ସପନା ନୃତ୍ୟ ଓ ଗୀତରୁ ନେଇ ରାଜନୀତି ଯାତ୍ରା ସେତେ ସହଜ ନଥିଲା | ହରିୟାଣାର ରୋହତକରେ ଜନ୍ମଗ୍ରହଣ କରିଥିବା ସପନା ଆଜି ଦେଶର ଜଣେ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଓ କଣ୍ଠଶିଳ୍ପୀ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି | ମାତ୍ର ୧୨ ବର୍ଷ ବୟସରେ ଏହାକୁ ନିଜ ପେସା କରିଥିବା ସପନାଙ୍କର ଏବେ ଦେଶର ବିଭିନ୍ନ କୋଣରେ ପ୍ରଶଂସକ ରହିଛନ୍ତି |

୨୦୧୮ ମସିହାରେ ଗୁଗୁଲର ସବୁଠାରୁ ଅଧିକ ଖୋଜାଯାଇଥିବା ବ୍ୟକ୍ତି ତାଲିକାରେ ସପନା ତୃତୀୟ ସ୍ଥାନରେ ଥିଲେ | ଉତ୍ତର ଭାରତର ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶରେ ତାଙ୍କର କୋଟି କୋଟି ଫ୍ୟାନ ରହିଛନ୍ତି | ଲୋକସଭା ନିର୍ବାଚନ ପୂର୍ବରୁ ସେ କଂଗ୍ରେସରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା କିନ୍ତୁ ଏହି ଖବରକୁ ସେ ଖଣ୍ଡନ କରିଥିଲେ |

ସମ୍ବନ୍ଧିତ ଖବର