ଇଦ୍‌ ପର୍ବ ଅବସରରେ ସାଉଦି ଆରବର ୨୪ ଘଣ୍ଟିଆ କର୍ଫ୍ୟୁ

ରିଆଦ : ଇଦ୍‌ ପର୍ବ ଅବସରରେ ସାଉଦି ଆରବ ସରକାର ୨୪ ଘଣ୍ଟିଆ କର୍ଫ୍ୟୁ ଜାରି କରିବାକୁ ଘୋଷଣା କରିଛନ୍ତି। କରୋନା ଭାଇରସ ମହାମାରୀ ମୁକାବିଲା ପାଇଁ ସାଉଦି ଆରବ ଏହାର ସମସ୍ତ ସହରାଞ୍ଚଳରେ ଏହି କର୍ଫ୍ୟୁ ଲାଗୁ କରିବ ବୋଲି ନିଷ୍ପତ୍ତି ନେଇଛି। ଇଦ୍‌-ଉଲ୍‌-ଫିତର ପାଳନକୁ ଦୃଷ୍ଟିରେ ରଖି ଆସନ୍ତା ୨୩ରୁ ୨୭ ତାରିଖ ଯାଏ ରମ୍‌ଜାନ ମାସର ଶେଷ ପର୍ଯ୍ୟନ୍ତ ୨୪ ଘଣ୍ଟିଆ କର୍ଫ୍ୟୁ ଲାଗୁ କରାଯିବ। ଏହି ସମୟରେ ସମସ୍ତ ଦୋକାନବଜାର ଖୋଲା ରହିବ ଏବଂ ସାମାଜିକ ଦୂରତ୍ବ ରକ୍ଷା କରି ମୁହଁରେ ମାସ୍କ ପିନ୍ଧି ଲୋକେ ଦିନ ୯ଟାରୁ ସନ୍ଧ୍ୟା ୫ଟା ଯାଏ ଚଳପ୍ରଚଳ କରିପାରିବେ। ମାତ୍ର ମକ୍କାରେ କର୍ଫ୍ୟୁକୁ ସର୍ବାଧିକ କଡ଼ାକଡ଼ି କରାଯାଇଛି। ମକ୍କାରେ ସାଧାରଣରେ ଲୋକେ ଚଳପ୍ରଚଳ କରିବାକୁ ବାରଣ କରାଯାଇଛି।

ସମ୍ବନ୍ଧିତ ଖବର