୭୦ ହଜାର କର୍ମଚାରୀ ନେଇଥିବା ନୋଟବନ୍ଦୀକାଳୀନ ଓଭରଟାଇମ୍‌ ଦେୟ ଫେରାଇବାକୁ ନିର୍ଦ୍ଦେଶ ଦେଲା ଏସ୍‌ବିଆଇ

ନୂଆଦିଲ୍ଲୀ: ଭାରତୀୟ ଷ୍ଟେଟବ୍ୟାଙ୍କ (ଏସ୍‌ବିଆଇ) ନିଜର ୭୦ ହଜାରରୁ ଉର୍ଦ୍ଧ୍ୱ କର୍ମଚାରୀଙ୍କୁ ଏବେ ବିମୁଦ୍ରାୟନ କାଳରେ ଅଧିକ ସମୟ ପାଇଁ କାମ କରି ଓଭରଟାଇମ୍‌ ବାବଦରେ ନେଇଥିବା ଦେୟକୁ ତୁରନ୍ତ ଫେରାଇବା ପାଇଁ ନିର୍ଦ୍ଦେଶ ଦେଇଛି। ଏସ୍‌ବିଆଇ କର୍ତ୍ତୃପକ୍ଷଙ୍କର ଏପ୍ରକାରର ନିର୍ଦ୍ଦେଶ ବ୍ୟାଙ୍କ୍‌ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ଉତ୍ତେଜନା ସୃଷ୍ଟି କରିଛି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଦେଶରେ ବିମୁଦ୍ରାୟନ ବା ନୋଟବନ୍ଦୀ ଘୋଷଣା କରାଯିବା ପରେ, ନିଜ ନିଜ ନିକଟରେ ରହିଯାଇଥିବା ପୁରୁଣା ନୋଟ ସବୁକୁ ବଦଳାଇ ତା’ ବଦଳରେ ନୂଆନୋଟ୍‌ ଆଣିବା ଏବଂ ପୁରୁଣା ନୋଟ୍‌ ସବୁକୁ ନିଜ ନିଜର ଜମା ଖାତାରେ ଜମା ଖାତାରେ ଜମା କରାଇବା ପାଇଁ ବ୍ୟାଙ୍କ୍‌ଗୁଡ଼ିକ ସମ୍ମୁଖରେ ଗ୍ରାହକମାନଙ୍କର ଲମ୍ବା ଲାଇନ୍‌ ଲାଗି ରହୁଥିଲା। ସେ ସମୟରେ ଗ୍ରାହକମାନଙ୍କର ଏପ୍ରକାର ଅସୁବିଧାକୁ ଦୃଷ୍ଟିରେ ରଖି ବ୍ୟାଙ୍କ୍‌ କର୍ତ୍ତୃପକ୍ଷ କର୍ମଚାରୀ ଓ ଅଧିକାରୀମାନଙ୍କୁ ନିର୍ଦ୍ଧାରିତ ସମୟ ଠାରୁ ଅଧିକ ସମୟ ପାଇଁ କାମ କରି ଗ୍ରାହକମାନଙ୍କର ସହାୟତା କରିବାକୁ ଅନୁରୋଧ କରିଥିଲେ। ଏବଂ ଅଧିକ ସମୟ କାର୍ଯ୍ୟ ପାଇଁ ସେମାନଙ୍କୁ ଉପଯୁକ୍ତ ଓଭରଟାଇମ୍‌ ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ। ଏବଂ ପରବର୍ତ୍ତୀ ସମୟରେ ଓଭରଟାଇମ୍‌ ବାବଦ ଦେୟ ମଧ୍ୟ କର୍ମଚାରୀ ଓ ଅଧିକାରୀମାନଙ୍କୁ ପ୍ରଦାନ କରିଥିଲେ।

ତେବେ, ଏସ୍‌ବିଆଇ କର୍ତ୍ତୃପକ୍ଷ ଏବେ ଜାରି କରିଥିବା ଏକ ନୂତନ ନିର୍ଦ୍ଦେଶନାମାରେ କହିଛନ୍ତି ଯେ ବିମୁଦ୍ରାକାଳୀନ ଓଭରଟାଇମ୍‌ ଦେୟ କେବଳ ମାତ୍ର ଏସ୍‌ବିଆଇର ନିଜସ୍ୱ କର୍ମଚାରୀ ଓ ଅଧିକାରୀମାନଙ୍କୁ ମିଳିବ। ଏସ୍‌ବିଆଇର ସହଯୋଗୀ ବ୍ୟାଙ୍କ୍‌ର କୌଣସି କର୍ମଚାରୀ ଓ ଅଧିକାରୀମାନଙ୍କୁ ବିମୁଦ୍ରାକାଳୀନ ଓଭରଟାଇମ୍‌ ଦେୟ ମିଳିବ ନାହିଁ। ଏପରିପ୍ରେକ୍ଷୀରେ ଏସ୍‌ବିଆଇର ସହଯୋଗୀ ବ୍ୟାଙ୍କ୍‌ ଥିବା ଷ୍ଟେବ୍ୟାଙ୍କ ଅଫ୍‌ ପାଟିଆଲା, ଷ୍ଟେବ୍ୟାଙ୍କ ଅଫ୍‌ ହାଇଦ୍ରାବାଦ, ଷ୍ଟେବ୍ୟାଙ୍କ ଅଫ୍‌ ମହୀଶୂର, ଷ୍ଟେବ୍ୟାଙ୍କ ଅଫ୍‌ ଟ୍ରାଭାଙ୍କୋର ଏବଂ ଷ୍ଟେବ୍ୟାଙ୍କ ଅଫ୍‌ ବିକାନିର ଆଣ୍ଡ ଜୟପୁରର କୌଣସି ପ୍ରକାରର କର୍ମଚାରୀ ଓ ଅଧିକାରୀମାନଙ୍କୁ ବିମୁଦ୍ରାକାଳୀନ ଓଭରଟାଇମ୍‌ ଦେୟ ମିଳିବ ନାହିଁ। ସେଥିପାଇଁ ଏହି ସମସ୍ତ ବ୍ୟାଙ୍କରେ କାର୍ଯ୍ୟରତ ଯେଉଁ ୭୦ ହଜାର କର୍ମଚାରୀ ଓ ଅଧିକାରୀ କର୍ମଚାରୀ ଓ ଅଧିକାରୀମାନଙ୍କୁ ନୋଟବନ୍ଦୀକାଳୀନ ଓଭରଟାଇମ୍‌ ଦେୟ ନେଇଛନ୍ତି, ତାହାକୁ ତୁରନ୍ତ ବ୍ୟାଙ୍କକୁ ଫେରାଇବା ପାଇଁ ଜାରି କରିଥିବା ନିର୍ଦ୍ଦେଶନାମାରେ କହିଛନ୍ତି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ଗତ ୨୦୧୭ ଅପ୍ରେଲ ୧ ତାରିଖରେ ଏହି ସମସ୍ତ ବ୍ୟାଙ୍କର ଭାରତୀୟ ଷ୍ଟେଟବ୍ୟାଙ୍କ (ଏସ୍‌ବିଆଇ) ସହିତ ମିଶ୍ରଣ ଘଟିଥିଲା। ଏହାପରେ ଏମାନେ ସମସ୍ତେ ଏସ୍‌ବିଆଇର ସହଯୋଗୀ ବ୍ୟାଙ୍କ ପାଲଟିଥିଲେ।

ସମ୍ବନ୍ଧିତ ଖବର