ଗାଡ଼ି ଚଳାଉଥିବା ଅବସ୍ଥାରେ ମଝି ରାସ୍ତାରେ ଦିଶିଲା ଭୂତ! ଚିତ୍କାର କଲେ ଚାଳକ

କେବେ ଭୂତ ଦେଖିଛନ୍ତି? ଦେଖିବା କଥା ଛାଡ଼ନ୍ତୁ ଭୂତ ବିଷୟରେ ଭାବି ଦେଲେ ବି ଦେହ ଶୀତେଇ ଯାଏ ନାହିଁ କି? ଯଦି ଗାଡ଼ି ଚଳାଉଥିବା ଅବସ୍ଥାରେ ମଝି ରାସ୍ତାରେ ଭୂତ ନଜର ଆସେ ତାହାଲେ କେମିତି ଅନୁଭୂତି ଥିବ ଭାବନ୍ତୁ ତ! ସେହିପରି ଏକ ଘଟଣା ନିକଟରେ ଘଟିଯାଇଛି। ସେହି ଘଟଣାର ଭିଡିଓ ଏବେ ଇଣ୍ଟର୍‌ନେଟ୍‌ରେ ଭାଇରାଲ୍‌ ହୋଇଛି।

ଗତ ୩ ତାରିଖରେ ସିଙ୍ଗାପୁରର ବୁକିଟ୍‌ ତିମ୍‌ହା ରୋଡ୍‌ରେ ସେପରି ଏକ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ଗାଡ଼ି ଚଳାଇ ଯାଉଥିବା ବେଳେ ରାସ୍ତା ଉପରେ ଜଣେ ଭୂତୁଣୀ ଦେଖିବାକୁ ମିଳିଛି। ଅବଶ୍ୟ ଭିଡିଓଟି ଟିକେ ଅସ୍ପଷ୍ଟ ଦିଶୁଛି। ଗାଡ଼ିରେ ଲାଗିଥିବା ଡ୍ୟାସ୍‌କ୍ୟାମ୍‌ରେ ଏହା ରେକର୍ଡ ହେବା ପରେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭିଡିଓଟିରେ କରାଯାଇଥିବା ଗୋଲାକାର ଚିହ୍ନକୁ ଦେଖିଲେ ଏକ ଦୃଶ୍ୟ ଦେଖିବାକ ମିଳୁଛି। ଯାହାକୁ ଦେଖି ଗାଡ଼ି ଚାଳକ ଖୁବ୍‌ ଜୋର୍‌ରେ ଚିତ୍କାର କରିବାରେ ଲାଗୁଛନ୍ତି।

ତେବେ ଏହା ଯେ ବାସ୍ତବରେ ଏକ ଭୂତର ଚିତ୍ର ତାହା ତ ଆମେ ଧାର୍ଯ୍ୟ କରି କହିପାରିବୁ ନାହିଁ। ଭିଡିଓଟି ଦେଖିବା ପରେ କ୍ୟାମେରାରେ କଏଦ୍‌ ହୋଇଥିବା ଦୃଶ୍ୟଟି କ’ଣ ତାହା ଚିନ୍ତା କରିବାର ସ୍ୱାଧୀନତା ସମସ୍ତଙ୍କ ନିକଟରେ ଅଛି।

ସମ୍ବନ୍ଧିତ ଖବର