ବରିଷ୍ଠ ନାଗରିକଙ୍କ ପାଇଁ କୋଭିଡ୍‌-୧୯ ଟିକାର ବୁଷ୍ଟର ଦରକାର: ଡବ୍ଲୁଏଚ୍‌ଓ ବିଶେଷଜ୍ଞ

ୱାଶିଂଟନ: ଯେଉଁମାନେ ବରିଷ୍ଠ ନାଗରିକ ଏବଂ ରୋଗନିରୋଧକ କ୍ଷମତା ଅତି ଦୁର୍ବଳ ଦୁଇ ଡୋଜ୍ ଟିକା ନେବା ପରେ ବି କୋଭିଡ୍‌ ବିରୋଧରେ ଲଢ଼େଇ କରିବାକୁ ସେମାନଙ୍କ ଶରୀର ତଥାପି ଶକ୍ତି ସଂଚୟ କରିପାରି ନ ଥାଏ। ଏପରି ଲୋକଙ୍କ ପାଇଁ ତୃତୀୟ ବା ବୁଷ୍ଟର ଜୋଜ୍‌ର ଆବଶ୍ୟକତା ଅଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍‌ଓ)ର ବିଶେଷଜ୍ଞମାନେ ସୋମବାର ପ୍ରକାଶ କରିଛନ୍ତି। ଜାତିସଂଘ ସ୍ବାସ୍ଥ୍ୟ ସଂସ୍ଥାର ଟିକାକରଣ ସମ୍ପର୍କିତ ବିଶେଷଜ୍ଞମାନଙ୍କ ରଣନୈତିକ ଉପଦେଷ୍ଟା ମଣ୍ଡଳୀ (ଏସ୍‌ଏଜିଇ) ମଧ୍ୟ କହିଛି ଯେ, ଯେଉଁ ଷାଠିଏ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ଚୀନ୍‌ର ସିନୋଭାକ୍ ବା ସିନୋଫାର୍ମ ଟିକାର ଦୁଇ ଡୋଜ୍ ନେଇଛନ୍ତି ବା ଜରୁରୀ ବ୍ୟବହାର ପାଇଁ ଅନୁମୋଦନ ମିଳିଥିବା ଅନ୍ୟ କୌଣସି ଟିକା ନେଇଛନ୍ତି ସେମାନେ ତୃତୀୟ ଡୋଜ୍ ନେବା ଆବଶ୍ୟକ। ଏସ୍‌ଏଜିଇ ଆହୁରି କହିଛି ଯେ, ଯେଉଁ ଦେଶଗୁଡ଼ିକ ଏହି ସୁପାରିସ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି, ସେମାନେ ତା’ ପୂର୍ବରୁ ଦେଶର ସଂଖ୍ୟାଧିକ ଲୋକଙ୍କୁ ଆଗେ ଦୁଇ ଡୋଜ୍ ଦେଇସାରିବା ଦରକାର। ତା’ପରେ ବରିଷ୍ଠ ନାଗରିକଙ୍କୁ ତୃତୀୟ ଡୋଜ୍ ଦେବା କଥା ଚିନ୍ତା କରିବେ।

ସମ୍ବନ୍ଧିତ ଖବର