ଓଡ଼ିଶା ଉପକୂଳରେ ପ୍ରବେଶ କରିଛି ‘ସ୍ତମ୍ଭାକୃତି ଘନ ମେଘମାଳା’; ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା: ଆଇଏମ୍‌ଡି

ନୂଆଦିଲ୍ଲୀ: ସାମୁଦ୍ରିକ ବାତ୍ୟା ‘ୟାସ୍‌’ ସହିତ ଓଡ଼ିଶା ଉପକୂଳରେ ‘ସ୍ତମ୍ଭାକୃତି ଘନ ମେଘମାଳା’ ପ୍ରବେଶ କରିଥିବା କଥା ଭାରତୀୟ ପାଣିପାଗ ବିଭାଗ କହିଛି। ଏଥିଯୋଗୁଁ ଉତ୍ତର ଏବଂ ଉପକୂଳବର୍ତ୍ତୀ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଢାଳିବାର ସମ୍ଭାବନା ରହିଛି। ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡରେ ମଧ୍ୟ ଏହି କାରଣରୁ ପ୍ରବଳ ବୃଷ୍ଟିପାତ ହୋଇପାରେ।

Image Courtesy of Learnweather

ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଦକ୍ଷିଣ ବାଲେଶ୍ବର ଦେଇ ବାତ୍ୟା ‘ୟାସ୍‌’ ଓଡ଼ିଶା ସୀମା ପାରି ହେଉଛି। ଆସନ୍ତାକାଲି ସକାଳ ସୁଦ୍ଧା ଏହା ଝାଡ଼ଖଣ୍ଡରେ ପହଞ୍ଚିବ। ବାତ୍ୟା ଯୋଗୁଁ ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହୋଇଯାଇଛି। ଆଜି ଉତ୍ତର ଓ ଉପକୂଳ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହୋଇପାରେ।

Image Courtesy of Confluence Mobile

ଆଜି ସକାଳ ୯ଟାରେ ‘ୟାସ୍‌’ ଉତ୍ତର ଓଡ଼ିଶାର ବାହାନଗା ଠାରେ ସ୍ଥଳଭାଗରେ ପ୍ରବେଶ କରିବା ପରେ ଭୀଷଣ ବତାସରେ ଓଡ଼ିଶାର ଉତ୍ତର ଉପକୂଳ କ୍ଷତିଗ୍ରସ୍ତ ହୋଇଛି।

ବାତ୍ୟା ପ୍ରବାହ କାରଣରୁ ଓଡ଼ିଶାରେ କୋଭିଡ୍‌-୧୯ ଟିକାକରଣ ଅଭିଯାନ ଆଜି ସ୍ଥଗିତ ରହିଛି। ବାତ୍ୟାଦ୍ବାରା କବଳିତ ରାଜ୍ୟର ତିନୋଟି ଜିଲ୍ଲାରେ ଆଜି ଘର ଘର ବୁଲି ସ୍ବାସ୍ଥ୍ୟ ପରୀକ୍ଷା କରିବା ଲାଗି ‘ଟେଷ୍ଟିଙ୍ଗ୍‌’ ଏବଂ ଟିକାକରଣ ବନ୍ଦ ରହିଥିବା କଥା ଓଡ଼ିଶା ସରକାରଙ୍କ ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର