ଖଲିସ୍ତାନୀ ସମର୍ଥକ ସଂଗଠନ ଏସଏଫଜେକୁ ବେଆଇନ ଘୋଷଣା କଲେ କେନ୍ଦ୍ର ସରକାର, ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଖଲିସ୍ଥାନୀ ସମର୍ଥକ ସଂଗଠନ ଏସଏଫଜେ ବା ସିଖସ ଫର ଜଷ୍ଟିସକୁ ବେଆଇନ ଘୋଷଣା କରିଛନ୍ତି । ଦେଶ ବିରୋଧୀ କାର୍ଯ୍ୟକଳାପ ପାଇଁ ଏହି ସଂଗଠନକୁ ନିଷିଦ୍ଧ ଘୋଷଣା କରାଯାଇଛି । ଆମେରିକା ଭିତ୍ତିକ ଏହି ସଂସ୍ଥା ୨୦୨୦ରେ ସ୍ୱାଧୀନ ଖଲିସ୍ଥାନ ରାଷ୍ଟ୍ର ଗଠନ ପାଇଁ ଜନମତ ସଂଗ୍ରହ କରିବାକୁ ଉଦ୍ୟମ କରୁଛି । ଏହା ଦ୍ୱାରା ଦେଶର ଅଖଣ୍ଡତା ବିପନ୍ନ ହେଉଛି ଦର୍ଶାଇ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଛନ୍ତି ବୋଲି ଗୃହମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି । ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଯେ ସିଖସ ଫର ଜଷ୍ଟିସର ଭାରତ ବିରୋଧୀ କାର୍ଯ୍ୟକଳାପକୁ ଦେଖି ଏହାକୁ ଏକ ଆତଙ୍କବାଦୀ ସଂଗଠନ ଘୋଷଣା କରାଯିବା ଆବଶ୍ୟକ । ପାକିସ୍ତାନର ଆଇଏସଆଇ ଏହି ସଂଗଠନକୁ ସହାୟତା କରୁଛି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର