ରାହୁଲଙ୍କୁ ଶରଦ ପାଓ୍ଵାରଙ୍କ ଇଙ୍ଗିତ, ଜାତୀୟ ସୁରକ୍ଷା ପ୍ରସଙ୍ଗରେ ରାଜନୀତି ପୁରାଅ ନାହିଁ

ନୂଆଦିଲ୍ଲୀ : ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ବଢିଚାଲିଥିବାବେଳେ ଦେଶରେ ଏହାକୁ ନେଇ ରାଜନୀତି କମିବାର ନାଁ ଧରୁ ନାହିଁ । ଚୀନ ସେନା ଭାରତୀୟ ଅଂଚଳ ଅଧିକାର କରିଥିବା କଂଗ୍ରେସ ବାରମ୍ବାର ସରକାରଙ୍କୁ ଟାର୍ଗେଟ କରିଚାଲିଛି ।

ପ୍ରତିଦିନ କଂଗ୍ରେସ ନେତା ରାହୁଲ ଗାନ୍ଧି ଟ୍ଵିଟ କରି ସରକାରଙ୍କୁ ଟାର୍ଗେଟ କରୁଛନ୍ତି । କିନ୍ତୁ ଆଜି କଂଗ୍ରେସର ସହଯୋଗୀ ଦଳ ଏନସିପି ନେତା ଶରଦ ପଓ୍ଵାର ଏ ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ୧୯୬୨ ଯୁଦ୍ଧ ପରେ ଚୀନ ଭାରତର ୪୫ ହଜାର କିଲୋମିଟର ଅଞ୍ଚଳ ଅଧିକାର କରିଛି । ଏକଥା କେହି ଭୁଲିଯିବା ନୁହେଁ । ଜାତୀୟ ସୁରକ୍ଷା ପ୍ରସଙ୍ଗରେ ରାଜନୀତି ପୁରାଯିବା ଉଚିତ ନୁହେଁ ।
ସେ କହିଛନ୍ତି ଯେ ଲଦାଖରେ ଭାରତୀୟ ସେନାର ପାଟ୍ରୋଲିଂ ସମୟରେ ଚୀନ ସେନା ଅନୁପ୍ରବେଶ କରିଥିବା ଜଣାପଡ଼ିଥିଲା । କିନ୍ତୁ ଯଦି ପାଟ୍ରୋଲିଂ ହୋଇନଥାନ୍ତା ତେବେ ତାହା ଜଣାପଡ଼ିନଥାନ୍ତା ।

ସେ କହିଛନ୍ତି ଯେ ୧୯୯୩ରେ ନରସିଂହ ରାଓ ଚୀନ ସହିତ ଏକ ଚୁକ୍ତି କରିଥିଲେ । ଏହା ଅନୁସାରେ ସୀମାରେ ଉଭୟ ପକ୍ଷର ସୈନ୍ୟ ବନ୍ଧୁକ ବ୍ୟବହାର କରନ୍ତି ନାହିଁ । ଏପର୍ଯ୍ୟନ୍ତ ସୀମାରେ ବନ୍ଧୁକ ଫୁଟିନାହିଁ। ଯାହାବି ହେଉଛି କେବଳ ହାତାହାତି ହେଉଛି । ଏଣୁ ଏହା ରାଜନୀତି କରିବାର ସମୟ ନୁହେଁ ।

ସମ୍ବନ୍ଧିତ ଖବର