ଶୁଭେନ୍ଦୁ ଅଧିକାରୀଙ୍କ ଚ୍ୟାଲେଂଜ: ‘ମମତା‌ ତିହାର ଜେଲ୍‌ ଯିବେ’

କୋଲକାତା : ଟିଏମ୍‌ସି ନେତା ଅନୁବ୍ରତ ମଣ୍ଡଳଙ୍କ ପ୍ରସଙ୍ଗକୁ ନେଇ ବିଜେପି ଏବଂ ଟିଏମ୍‌ସି ପୁଣି ମୁହାଁମୁହିଁ ହୋଇଛନ୍ତି। ଗୋରୁ ଚୋରାଚାଲାଣ ମାମଲାରେ ତଦନ୍ତର ସମ୍ମୁଖୀନ ‌ହୋଇଥିବା ଅନୁବ୍ରତ ମଣ୍ଡଳଙ୍କ ସପକ୍ଷରେ ମମତା ଥିବାବେଳେ ଏହି ପ୍ରସଙ୍ଗରେ ବିଜେପି ନେତା ଶୁ‌ଭେନ୍ଦୁ ଅଧିକାରୀ ମମତାଙ୍କୁ ଚ୍ୟାଲେଂଜ କରିଛନ୍ତି। ୨୦୧୦ରେ ବୀରଭୂମ ଜିଲ୍ଲାର ମଙ୍ଗଳକୋଟ ବିସ୍ଫୋରଣ ମାମଲାରେ ଅନୁବ୍ରତ ମଣ୍ଡଳ ଏବଂ ଅନ୍ୟ ୧୩ ଜଣ ଶୁକ୍ରବାର ଦୋଷମୁକ୍ତ ହୋଇଥିଲେ। ଦୋଷମୁକ୍ତ ହେବାପରେ ମଣ୍ଡଳ ଦାବି କରିଥିଲେ ଯେ ତାଙ୍କୁ ଏହି ମାମଲାରେ ଫସାଇ ଦିଆଯାଇଥିଲା।

ଏହି ପ୍ରସଙ୍ଗରେ ମମତା ଗୁରୁବାର ଦିନ କହିଥିଲେ, ଅନୁବ୍ରତ ଦିନେ ଜେଲ୍‌ରୁ ମୁକୁଳିବେ ଏବଂ ତୁମେମାନେ ତାଙ୍କୁ ହିରୋ ଭଳି ସ୍ବାଗତ କରିବ। ଉକ୍ତ ପ୍ରସଙ୍ଗରେ ମମତାଙ୍କୁ ସମାଲୋଚନା କରିଛନ୍ତି ଶୁଭେନ୍ଦୁ ଅଧିକାରୀ। ଶୁଭେନ୍ଦୁ କହିଛନ୍ତି, ଯଦି ମୁଖ୍ୟମନ୍ତ୍ରୀ ମଣ୍ଡଳଙ୍କୁ ଜଣେ ହିରୋ ଭାବେ ସମ୍ମାନିତ କରିବାକୁ ଚାହୁଛନ୍ତି ତେବେ ତାଙ୍କୁ ଦିଲ୍ଲୀର ତିହାର ଜେଲ୍‌ ଯିବାକୁ ପଡ଼ିବ। ରାଜ୍ୟରେ ଦୁର୍ନୀତି ଓ ଅରାଜକତା ସୀମା ଟପିଲାଣି ବୋଲି ଶୁଭେନ୍ଦୁ କହିଛନ୍ତି।

ସମ୍ବନ୍ଧିତ ଖବର