ଗିରଫ ହେବେ ଶିବକୁମାର, ଆଗୁଆ ଜାମିନ ଆବେଦନ ଖାରଜ

ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସର ସ‌ଙ୍କଟମୋଚକ ଭାବେ ପରିଚିତ ଡିକେ ଶିବକୁମାର ଖୁବ୍‌ ଶୀଘ୍ର ଗିରଫ ହୋଇପାରନ୍ତି। ମନି ଲଣ୍ଡ୍ରିଂ ମାମଲାରେ ଗିରଫରୁ ବର୍ତ୍ତିବା ପାଇଁ କର୍ଣ୍ଣାଟକ ହାଇକୋର୍ଟରେ ଶିବକୁମାର ଆବେଦନ କରିଥିଲେ ମଧ୍ୟ ହ‌ାଇକୋର୍ଟ ତାଙ୍କ ଆବେଦନ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ମନି ଲଣ୍ଡ୍ରିଂ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପୂର୍ବତନ ମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଆଜି ଅପରାହ୍ନରେ ହାଜର ହେବାପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର