ମହଙ୍ଗା ପଡ଼ିଲା ପାକ୍‌ ସପକ୍ଷରେ ବୟାନ : ସୋନି ଟିଭିର କପିଲ ଶର୍ମା ଶୋ’ରୁ ବିଦା ହେଲେ ସିଦ୍ଧୁ

ନୂଆଦିଲ୍ଲୀ : ଦେଶର ଯବାନ ସହିଦ ହୋଇଥିବା କାରଣରୁ ସାରା ଦେଶ ଶୋକ ମନାଉଥିବାବେଳେ ପାକିସ୍ଥାନ ସପକ୍ଷରେ ମନ୍ତବ୍ୟ ଦେଇଥିଲେ କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁ । ଏହାକୁ ନେଇ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଲୋକମାନେ ସୋନି ଟିଭିରେ ପ୍ରସାରିତ କପିଲ ଶର୍ମା ଶୋ’କୁ ବର୍ଜନ କରିବା ପାଇଁ ଆହ୍ଵାନ ଦେଇଥିଲେ । ଏପରିକି ହଜାର ହଜାର ଦର୍ଶକ ନିଜ ମାସିକ ଟିଭି ପ୍ୟାକେଜରୁ ସୋନି ଟିଭିକୁ କାଟି ଦେଇଥିଲେ । ଏହା ପରେ ଛାନିଆ ହୋଇପଡ଼ିଛି ସୋନି ଟିଭି । ସୋନି ଟିଭି ପକ୍ଷରୁ ଆଜି କପିଲ ଶର୍ମା ଶୋରୁ ସିଦ୍ଧୁଙ୍କୁ ବାହାର କରିଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଗତ କାଲି ସିଦ୍ଧୁ କହିଥଲେ ଯେ ଏହି ଆତଙ୍କବାଦୀ କାଣ୍ଡ ଏକ ଦୁର୍ଭାଗ୍ୟଜନକ ଘଟଣା । କିନ୍ତୁ ଏଥିପାଇଁ ପାକିସ୍ତାନକୁ ଦୋଷୀ ବୋଲି ମାନିବାକୁ ସେ ପ୍ରସ୍ତୁତ ନାହାନ୍ତି । ସେ କହିଛନ୍ତି ଯେ ଅଳ୍ପ କିଛି ଲୋକଙ୍କ ପାଇଁ ସମଗ୍ର ଏକ ଦେଶକୁ ଦୋଷୀ ବୋଲି କହିବା ଠିକ ନୁହେଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଆତଙ୍କବାଦୀର କୌଣସି ଦେଶ ନ ଥାଏ । ଗୁଳି ବା ଯୁଦ୍ଧ ଦ୍ୱାରା ଏହି ସମସ୍ୟାର ସମାଧାନ ହେବ ନାହିଁ, ଆମକୁ କଥାବାର୍ତ୍ତାର ବାଟ ଖୋଲା ରଖିବାକୁ ହେବ । ସିଦ୍ଧୁଙ୍କର ଏହି ବୟାନକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।

ସମ୍ବନ୍ଧିତ ଖବର