କମେଡି ସୋ’ରେ ସିଦ୍ଧୁଙ୍କ ଜାଗା ନେଇପାରନ୍ତି ଇମ୍ରାନ୍‌: ପୂର୍ବ ପତ୍ନୀ

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପୂର୍ବ ପତ୍ନୀ ରେହମ ଖାନ୍‌ ଆଜି ତାଙ୍କୁ ପୁଣି ଥରେ ସମାଲୋଚନା କରିଛନ୍ତି। ଇମ୍ରାନଙ୍କୁ ଜଣେ ଅଯୋଗ୍ୟ ଓ ଅପାରଗ ବ୍ୟକ୍ତି କହିବାପରେ ରେହମ ଆଜି କହିଛନ୍ତି, ଇମ୍ରାନ କମେଡି କ୍ଷେତ୍ରରେ ବହୁତ ଜ୍ଞାନୀ ଏବଂ ସେ କପିଲ ଶର୍ମା ସୋ’ରେ ନବଜୋତ ସିଂହ ସିଦ୍ଧୁଙ୍କ ଜାଗା ନେଇପାରନ୍ତି। ରେହମ କହିଛନ୍ତି, ଇମ୍ରାନଙ୍କୁ ବଲିଉଡରେ ସ୍ଥାନ ମିଳିବା ଉଚିତ୍‌। କମେଡିରେ ସେ ଖୁବ୍‌ ଜ୍ଞାନ ହାସଲ କରିଛନ୍ତି। ଯେହେତୁ କପିଲ ଶର୍ମା ସୋ’ରେ ନବଜୋତ ସିଂହ ସିଦ୍ଧୁଙ୍କ ସ୍ଥାନ ଖାଲି ପଡ଼ିଛି, ତେଣୁ ଇମ୍ରାନ ସିଦ୍ଧୁଙ୍କ ସ୍ଥାନ ନେଇପାରନ୍ତି। ଇମ୍ରାନଙ୍କର ସିଦ୍ଧୁଙ୍କ ସହ ଭଲ ବନ୍ଧୁତା ରହିଛି ବୋଲି ରେହମ ଖାନ୍‌ କହିଛନ୍ତି। ଇମ୍ରାନ୍‌ କେବଳ ବିଭ୍ରାନ୍ତ କରି ଫାଇଦା ନେବାକୁ ଚାହାନ୍ତି। ଯଦି ସେ ମୋ କଥା ଶୁଣିଥାନ୍ତେ ତେବେ ମୁଁ ଏବେ ବି ତାଙ୍କ ସହ ରହିଥାନ୍ତି ବୋଲି ରେହମ କହିଛନ୍ତି।

ସମ୍ବନ୍ଧିତ ଖବର