ଆଲିଆ-ରଣବୀର ବିବାହ ସମ୍ପନ୍ନ

ମୁମ୍ବାଇ: ସମସ୍ତ ଉତ୍କଣ୍ଠାର ଅନ୍ତ ଘଟାଇ ଆଜି କପୁର ଓ ଭଟ୍ଟ ପରିବାରର ସଦସ୍ୟ ଏବଂ ଘନିଷ୍ଠ ବନ୍ଧୁଙ୍କ ଉପସ୍ଥିତିରେ ରଣବୀର ଓ ଆଲିଆଙ୍କ ବିବାହ ସମ୍ପନ୍ନ ହୋଇଛି। ଏହି ବିବାହ ରଣବୀର କପୁରଙ୍କ ବାନ୍ଦ୍ରାସ୍ଥିତ ବାସଭବନ ‘ବାସ୍ତୁ’ରେ ହୋଇଥିଲା। ସନ୍ଧ୍ୟାରେ ସେମାନଙ୍କ ବିବାହର ପ୍ରଥମ ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି। ବିବାହରେ ନୀତୁ କପୁର, ରିଦ୍ଧିମା କପୁର ସାହନି, କରୀନା କପୁର ଖାନ, କରିସ୍ମା କପୁର, ମହେଶ ଭଟ୍ଟ, ସୋନି ରାଜଦାନ, ଶାହିନ ଭଟ, କରନ୍‌ ଜୋହର, ମହେଶ ଭଟ୍ଟ, ପୂଜା ଭଟ୍ଟ, କରୀନା କାପୁର, ସୈଫ ଅଲ୍ଲି ଖାନ୍‌, କରିସ୍ମା କପୁର, ନବ୍ୟା ନଭେଲି ନନ୍ଦା, ଆକାଶ ଅମ୍ବାନି ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଅଭିନେତା ରଣବୀରଙ୍କ ପୂର୍ବତନ ବାନ୍ଧବୀ ଦୀପିକା ପାଦୁକୋନ ଏବଂ କ୍ୟାଟ୍ରିନା କୈଫଙ୍କ ସମେତ ବଲିଉଡ୍‌ର ସେଲିବ୍ରିଟିମାନେ ଆଗାମୀ ଦିନରେ ହେବାକୁ ଥିବା ଅଭ୍ୟର୍ଥନା ଭୋଜିରେ ଯୋଗଦେବେ।

ସମ୍ବନ୍ଧିତ ଖବର