ସ୍ପେନରେ କରୋନା ପ୍ରଭାବ: ୨୪ଘଣ୍ଟାରେ ଗଲା ୮୩୮ଲୋକଙ୍କ ଜୀବନ

ନୂଆଦିଲ୍ଲୀ: ମାରାତ୍ମକ କରୋନାଭାଇରସ ଏବେ ସାରା ବିଶ୍ୱକୁ ଦୋହଲାଇ ଦେଇଛି | ଭାଇରସର ମୁକାବିଲା ପାଇଁ କୌଣସି ଟୀକା ବାହାର କରାଯାଇନଥିବା ବେଳେ ଦିନକୁ ଦିନ ଏହା ଭୟଙ୍କର ରୂପ ନେବାରେ ଲାଗିଛି | ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ସ୍ପେନରେ ୨୪ଘଣ୍ଟା ମଧ୍ୟରେ ୮୩୮ଜଣ ଲୋକ ମୃତ୍ୟବରଣ କରିଥିବା ଜଣା ପଡିଛି | ୮୩୮ଜଣଙ୍କ ମୃତ୍ୟୁ ପରେ ଏବେ ସ୍ପେନରେ ମୃତ୍ୟୁ ସଂଖ୍ୟା ୬,୫୨୮ରେ ପହଂଚିଛି | ସ୍ପେନ କହିଛି ଯେ, ଗତ ୨୪ଘଣ୍ଟା ମଧ୍ୟରେ ମୋଟ ୮୩୮ଜଣ ଲୋକ ମୃତ୍ୟବରଣ କରିଥିବା ବେଳେ ଇଟାଲୀ ପରେ ଏହା ବିଶ୍ୱର ଦ୍ୱିତୀୟ ସର୍ବାଧିକ ମୃତ୍ୟୁ ସଂଖ୍ୟା ଅଟେ। ଶନିବାରଠାରୁ ରବିବାର ମଧ୍ୟରେ ମୃତ୍ୟୁ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି | ଶନିବାରଠାରୁ ରବିବାର ମଧ୍ୟରେ ୬,୫୦୦ଲୋକ ସଂକ୍ରମିତ ହୋଇଥିବା ବେଳେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ମୋଟ ୭୮,୭୯୭ରେ ପହଞ୍ଚିଛି।

ଶନିବାର ଦିନ ଇଣ୍ଟେନ୍ସିଭ୍ କେୟାରକୁ ପଠାଯାଇଥିବା ଲୋକଙ୍କ ସଂଖ୍ୟା ସରକାରୀ କ୍ଷମତା ୪,୪୦୪ଶଯ୍ୟା ଅତିକ୍ରମ କରିବା ପରେ ସ୍ପେନର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଭାଙ୍ଗିବାରେ ଲାଗିଛି। ଯାହାର ମୁକାବିଲା ପାଇଁ ବିସ୍ଫୋରଣର କେନ୍ଦ୍ରସ୍ଥଳ ମାଡ୍ରିଡ ସହରର ମୁଖ୍ୟ ସମ୍ମିଳନୀ କେନ୍ଦ୍ରରେ ଏକ ଅସ୍ଥାୟୀ ଡାକ୍ତରଖାନା ତିଆରି କରାଯାଇଛି।

A sanitation worker ties a protective coat to the arm of a fireman as a symbol of gratitude for their support during Covid-19 crisis, in Madrid,, on March 28.
bloomberg.com
Seattle PI

ସୂଚନା ମୁତାବକ, ଦୁଇ ସପ୍ତାହ ଧରି ସ୍ପେନ ଲକ ଡାଉନରେ ଥିବା ବେଳେ ଶନିବାର ପ୍ରଧାନମନ୍ତ୍ରୀ ପେଡ୍ରୋ ସାନେଜ୍ ଇଷ୍ଟର ଅନାବଶ୍ୟକ ଶ୍ରମିକମାନଙ୍କୁ ନିଜ ଘରେ ରହିବାକୁ ନିର୍ଦ୍ଦେଶ ଦେଇ ଏହି ପଦକ୍ଷେପକୁ ଆହୁରି କଡାକଡି କରିଥିଲେ। ଏବେ ମୃତ୍ୟୁ ସଂଖ୍ୟା ବଢୁଥିବା ଦେଖି ସେ ଲକ ଡାଉନର ଅବଧି ବଢାଇବା ସହ ନିୟମକୁ କଡାକଡି କରିବେ ବୋଲି ଜଣା ପଡିଛି |

ସମ୍ବନ୍ଧିତ ଖବର