ମିଳିତ ଜାତିସଂଘରେ ଯୋଗ ଦେବେ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ

ଭୁବନେଶ୍ବର : ବିଶ୍ବଶାନ୍ତି, ସଂଘତି ତଥା ସବୁଜ ବିଶ୍ବ ପାଇଁ ଜେନେଭାଠାରେ ୨୦୨୦ ମସିହା ଅକ୍ଟୋବର ୨ ତାରିଖରେ ମିଳିତ ଜାତିସଂଘର ସମ୍ମିଳନୀରେ ୫୦ଟି ଦେଶର ପ୍ରତିନିଧି ଯୋଗ ଦେବେ। ଏଥିରେ ଭାରତର ଅନ୍ୟ ପ୍ରତିନିଧିମାନଙ୍କ ମଧ୍ୟରେ ପ୍ରେରଣା ଇଣ୍ଟର ନ୍ୟାସନାଲର ଗ୍ରୀନ୍‌ ଆର୍ମିର କମାଣ୍ଡର-ଇନ୍‌-ଚିଫ୍‌ ତଥା ଖୋର୍ଧାର ପୂର୍ବତନ ବିଧାୟକ ଡକ୍ଟର ଦିଲ୍ଲୀପ ଶ୍ରୀ‌ଚନ୍ଦନ ଯୋଗ ଦେଇ ନିଜର ମତ ରଖିବେ। ଏଥିପାଇଁ ଅକ୍ଟୋବର ୩ ତାରିଖ ସକାଳ ୯ଟାରେ ରବୀନ୍ଦ୍ର ମଣ୍ଡପରେ ଏକ ଆନ୍ତର୍ଜାତିକ ୱାକାଥନ୍‌ ଓ ଆନ୍ତର୍ଜାତିକ ସମ୍ମିଳନୀର ଆୟୋଜନ କରାଯାଉଛି। ଏହି କାର୍ଯ୍ୟକ୍ରମକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଦ୍‌ଘାଟନ କରିବେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ, ଲୋକସେବକ ମଣ୍ଡଳର ଜାତୀୟ ସମ୍ପାଦକ ନିରଂଜନ ରଥ, ନାଲ୍‌କୋର ଅଧ୍ୟକ୍ଷ ତପନ କୁମାର ଚାନ୍ଦ, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଓଡ଼ିଶା ବୀର ମହାସଂଘର ସଭାପତି ଡକ୍ଟର ପ୍ରକାଶ ଶ୍ରୀଚନ୍ଦନ ପ୍ରମୁଖ ଯୋଗଦାନ କରି ବିଶ୍ବଶାନ୍ତି, ସଂଘତି ତଥା ସବୁଜ ବିଶ୍ବ ପାଇଁ ଆମର କର୍ତ୍ତବ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବେ। ପ୍ରକାଶଥାଉକି, ଏହି ଦିନଠାରୁ ୨୦୨୦ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଏକ ବର୍ଷ ବ୍ୟାପୀ ପ୍ରେରଣା ଇଣ୍ଟର ନ୍ୟାସନାଲ ଗ୍ରୀନ୍‌ ଆର୍ମିମାନେ ଓଡ଼ିଶାର ବିଭିନ୍ନ ଶାନ୍ତି, ସଂଘତି ପୀଠ ପରିଭ୍ରମଣ କରିବା ସହିତ ସବୁଜ ବିଶ୍ବ ପାଇଁ ସମ୍ମତି ସୂଚକ ଏକ ଲକ୍ଷ ବୁଦ୍ଧିଜୀବୀଙ୍କର ଦସ୍ତଖତ ସଂଗ୍ରହ କରିବେ।

ସମ୍ବନ୍ଧିତ ଖବର