ରାଜ୍ୟ ଓ ‌କେନ୍ଦ୍ରଶାସିତ ଅଞ୍ଚଳ ନିର୍ଦ୍ଧାରଣ କ‌ରିବେ କଣ୍ଟେନ୍‌ମେଣ୍ଟ୍, ବଫର୍, ରେଡ୍, ଗ୍ରିନ୍ ଏବଂ ଅରେଞ୍ଜ୍ ଜୋନ୍

ନୂଆଦିଲ୍ଲୀ: କରୋନାଭାଇରସ୍ କୋଭିଡ୍-୧୯ ସଂକ୍ରମଣ ରୋକିବାକୁ ଆଜି ସନ୍ଧ୍ୟାରେ କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଜାରି କରିଥିବା ୪.୦ ଲକ୍‌ଡାଉନ୍ ମେ ମାସ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ଆଜି ଜାରି ହୋଇଥିବା ବିଜ୍ଞପ୍ତିରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟାକୁ ଭିତ୍ତି କରି ନିଷ୍ପତ୍ତି ନିଆଯାଉଥିବା ବିଭିନ୍ନ ଜୋନ୍‌ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। କେଉଁ ଅଞ୍ଚଳକୁ କେଉଁ ଜୋନ୍‌ ଭାବେ ଘୋଷଣା କରାଯିବ ତାହା ସମ୍ପୃକ୍ତ ରାଜ୍ୟ ବା କେନ୍ଦ୍ରଶାସିତ ଅଞ୍ଚଳ ସ୍ଥିର କରିବେ ବୋଲି କୁହାଯାଇଛି। କିନ୍ତୁ, ଏଥିପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପରିବାର କଲ୍ୟାଣ ମନ୍ତ୍ରାଳୟ ଏବଂ ଭାରତ ସରକାରଙ୍କ ଦ୍ବାରା ସେୟାର୍ କରାଯାଉଥିବା କଟକଣା ପ୍ରତି ଦୃଷ୍ଟି ଦେବାକୁ ପଡ଼ିବ।

୧. ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଏବଂ ଭାରତ ସରକାରଙ୍କ ଦ୍ବାରା ଜାରି କରାଯାଉଥିବା କଟକଣାକୁ ବିଚାର କରି ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ ରେଡ୍, ଗ୍ରିନ୍ ଏବଂ ଅରେଞ୍ଜ୍ ଜୋନ୍ ଚିହ୍ନଟ କରିବା ପାଇଁ ନିଷ୍ପତ୍ତି ନେବେ।

୨. ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ମାର୍ଗଦର୍ଶିକାକୁ ବିଚାରକୁ ନେଇ ଜିଲ୍ଲା କର୍ତ୍ତୃପକ୍ଷ ରେଡ୍ ଏବଂ ଅରେଞ୍ଜ୍ ଜୋନ୍, କଣ୍ଟେନ୍‌ମେଣ୍ଟ୍ ଜୋନ୍‌ ଏବଂ ବଫର୍ ଜୋନ୍ ଅଞ୍ଚଳ ନିର୍ଦ୍ଧାରଣ କରିବେ।

୩. କଣ୍ଟେନ୍‌ମେଣ୍ଟ୍ ଜୋନ୍‌ରେ କେବଳ ଅତ୍ୟାବଶ୍ୟକ କାର୍ଯ୍ୟକଳାପ ପାଇଁ ଅନୁମତି ମିଳିବ। ଡାକ୍ତରୀ ଜରୁରୀ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ସେବା ଯୋଗାଇବା ବ୍ୟତିରେକେ, ଏହି ସବୁ ଜୋନ୍‌ମାନଙ୍କ ଭିତରୁ ବାହାରକୁ କିଂବା ବାହାରୁ ଭିତରକୁ ଲୋକ ଚଳାଚଳ ନାହିଁ ବୋଲି ସୁନିଶ୍ଚିତ ହେବାକୁ ଚାରିପଟେ କଡ଼ା କଟକଣା ‌ବନ୍ଦୋବସ୍ତ କରାଯିବ।

୪. କଣ୍ଟେନ୍‌ମେଣ୍ଟ୍ ଜୋନ୍‌ଗୁଡ଼ିକରେ ଆବଶ୍ୟକ ଅନୁସାରେ, କଣ୍ଟାକ୍ଟ୍ ଟ୍ରେସିଙ୍ଗ୍, ଘରକୁ ଘର ସର୍ଭିଲେନ୍‌ସ୍ ଏବଂ ଅନ୍ୟାନ୍ୟ ଡାକ୍ତରୀ କାର୍ଯ୍ୟାନୁଷ୍ଠାନ ବ୍ୟାପକ ହେବ।

ସମ୍ବନ୍ଧିତ ଖବର