ବିହାର‌ରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ

ପାଟନା : ବିହାରର ଚମ୍ପାରନଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ମଙ୍ଗଳବାର ଦିନ ଭଙ୍ଗାରୁଜା କରିଛନ୍ତି। ପୂର୍ବ ଚମ୍ପାରନ ଜିଲ୍ଲା ମାଜିଷ୍ଟ୍ରେଟ୍ ଶିରସତ୍ କପିଲ ଅଶୋକ କହିଛନ୍ତି ଯେ ଚରଖ ପାର୍କରେ ସ୍ଥାପିତ ଏହି ପ୍ରତିମୂର୍ତ୍ତି ରବିବାର ରାତିରେ ଭଗ୍ନ ଅବସ୍ଥାରେ ମିଳିଛି। ପୁଲିସ ଏହି ଘଟଣାର ଅନୁସନ୍ଧାନ କରୁଥିବାବେଳେ ଉକ୍ତ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୋସିଆଲ ମିଡିଆରେ ପ୍ରସାରିତ ଖବର ଅନୁଯାୟୀ ଗତାକଲି ରାତିରେ ଏହି ଅଞ୍ଚଳରେ ଧାର୍ମିକ ନାରା ଶୁଣାଯାଇଥିଲା। ଦକ୍ଷିଣ ପନ୍ଥୀ ସଂଗଠନର ଏହି ଘଟଣାରେ ସମ୍ପୃକ୍ତି ଥାଇପାରେ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର