ପୂର୍ବ ଇଣ୍ଡୋନେସିଆରେ ୬. ୫ ତୀବ୍ରତାସମ୍ପନ୍ନ ଭୂମିକମ୍ପ

ଜାକର୍ତା: ଗୁରୁବାର ଦିନ ପୂର୍ବ ଇଣ୍ଡୋନେସିଆର ସୁଦୂର ମାଲୁକୁ ଦ୍ୱୀପରେ ୬. ୫ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଛି, କିନ୍ତୁ କୌଣସି ସୁନାମି ସତର୍କତା ଜାରି କରାଯାଇନାହିଁ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ଭୂମିକମ୍ପବିଜ୍ଞାନୀମାନେ କହିଛନ୍ତି।

ସ୍ଥାନୀୟ ସମୟ ସକାଳ ୮: ୪୬ରେ ମାଲୁକୁ ପ୍ରଦେଶର ଆମ୍ବୋନ ଉତ୍ତରପୂର୍ବ ଉପକୂଳ ଠାରୁ ସମୁଦ୍ର ମଧ୍ୟକୁ ପ୍ରାୟ ୩୭ କିଲୋମିଟର ଦୂର ଏବଂ ଭୂଗର୍ଭର ୨୯ କିଲୋମିଟର ଅଭ୍ୟନ୍ତରରେ ଏହି ଭୂମିକମ୍ପ ସଙ୍ଘଠିତ ହୋଇଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ଜିଓଲୋଜିକାଲ୍‌ ସର୍ଭେ କହିଛି।

ସମ୍ପୃକ୍ତ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତି ଏବଂ ମୃତାହତଙ୍କ ସଂଖ୍ୟା ହଠାତ୍‌ ଜଣାପଡ଼ି ନାହିଁ। ଅତୀତରେ ମଧ୍ୟ ଏହି ଅଞ୍ଚଳରେ ଭୟାନକ ଭୂମିକମ୍ପମାନ ହୋଇଛି।

Image Source: India Today

ଆମ୍ବୋନର ଜଣେ ଗଣମାଧ୍ୟମ ପ୍ରତିନିଧି କହିଛନ୍ତି, ସପରିବାର ଘରେ ଶୋଇଥିବା ବେଳେ ଘର କମ୍ପିଲା। ପ୍ରକୃତରେ ଭୂକମ୍ପଟି ଖୁବ୍‌ ଶକ୍ତିଶାଳୀ ଥିଲା। ଆମେ ଘରୁ ଦୌଡ଼ି ପଳାଇଲୁ ଏବଂ ଦେଖିଲୁ ପଡ଼ୋଶୀମାନେ ବି ଦୌଡୁଛନ୍ତି। ସମସ୍ତେ ଛାନିଆ।

ଟେଟୋନିକ୍‌ ପ୍ଲେଟ୍‌ଗୁଡ଼ିକ ପରସ୍ପର ସହ ଧକ୍କା ଖାଉଥିବା ସ୍ଥାନ ପେସିଫିକ୍‌ ରିଙ୍ଗ୍‌ ଫାୟାର୍‌ରେ ଅବସ୍ଥିତ ହୋଇଥିବାରୁ ଇଣ୍ଡୋନେସିଆରେ ବରାବର ଭୂମିକମ୍ପ ଅନୁଭୂତ ହୋଇଥାଏ। ରିଙ୍ଗ୍‌ ଅଫ୍‌ ଫାୟାର୍‌ ଠାରେ ସବୁବେଳେ ଭୂକମ୍ପୀୟ କାର୍ଯ୍ୟକଳାପ ଚାଲିଥାଏ।

ସମ୍ବନ୍ଧିତ ଖବର