ପ୍ରଧାନମନ୍ତ୍ରୀଙ୍କୁ ଦଣ୍ଡିତ କରିପାରୁଥିବା ଭଳି ଟାଣୁଆ ନିର୍ବାଚନ କମିସନ ଆବଶ୍ୟକ

ନୂଆଦିଲ୍ଲୀ : ଦେଶ ଜଣେ ନିରପେକ୍ଷ ତଥା ଟାଣୁଆ ନିର୍ବାଚନ କମିସନ ଆବଶ୍ୟକ କରୁଛି, ଏପରି ବ୍ୟକ୍ତି ଯିଏ କି ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ । ଏକଥା କହିଛନ୍ତି ସୁପ୍ରିମକୋର୍ଟ ।

ଜଷ୍ଟିସ୍ କେଏମ ଜୋସେଫଙ୍କ ଅଧ୍ୟକ୍ଷତାରେ ଥିବା ଏକ ୫ ଜଣିଆ ଖଣ୍ଡପୀଠ କହିଛନ୍ତି, “ ଉଦାହରଣସ୍ବରୂପ ପ୍ରଧାନମନ୍ତ୍ରୀଙ୍କୁ ବିରୋଧରେ କୌଣସି ଅଭିଯୋଗ ଆସିଲା, ସେତେବେଳେ ମୁଖ୍ୟ ନିର୍ବାଚନ କମିସନର (ସିଇସି) ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା କଥା । କିନ୍ତୁ ଯଦି ମୁଖ୍ୟ ନିର୍ବାଚନ କମିସନର ଦୂର୍ବଳ ଥିବେ ତାହା ସମଗ୍ର ବ୍ୟବସ୍ଥାର ବିଫଳତା ନୁହେଁ କି ?”

ଅନେକ କମିଟି କହୁଛନ୍ତି ନିର୍ବାଚନ କମିସନରେ ସଂସ୍କାର ଆବଶ୍ୟକ । ରାଜନୈତିକ ନେତାମାନେ ଛାତ ଉପରେ ଛିଡ଼ା ହୋଇ ମଧ୍ୟ ସେୟା କହୁଛନ୍ତି । କିନ୍ତୁ କିଛି ହେଉନାହିଁ ।

ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି ଯେ, ସିଇସି ସବୁ ପ୍ରକାରର ରାଜନୈତିକ ପ୍ରଭାବରୁ ମୁକ୍ତ ରହିବା ଆବଶ୍ୟକ । ଏଥିପାଇଁ ଆମକୁ ସେମାନଙ୍କ ଚୟନ ପାଇଁ ଏକ ମୁକ୍ତ ଓ ବୃହତ୍ ସଂସ୍ଥା ଆବଶ୍ୟକ, କେବଳ କ୍ୟାବିନେଟ ନୁହେଁ ।

ଗତକାଲି ସୁପ୍ରିମକୋର୍ଟ କହିଥିଲେ ଯେ, ଟି.ଏନ,ଶେଷାନଙ୍କ ପରି ଟାଣୁଆ ମୁଖ୍ୟ ନିର୍ବାଚନ କମିସନ ଦରକାର ।

ଭାରତର ନିର୍ବାଚନ କମିସନରେ ସଂସ୍କାର ଆଣିବାକୁ ଆଗତ ଏକ ମାମଲାର ଶୁଣାଣି କରି କୋର୍ଟ ଏହି ଟିପ୍ପଣି ଦେଇଛନ୍ତି ।

 

 

 

ସମ୍ବନ୍ଧିତ ଖବର