ମେକାନିକଙ୍କ ଆଖିରୁ ଡାକ୍ତରଙ୍କ ସଫଳ ଅପରେସନ ଯୋଗୁଁ ବାହାରିଲା ଲୁହା ଖଣ୍ଡ

ଚେନ୍ନାଇ: ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ ଜଣେ ରୋଗୀ ଦୃଷ୍ଟିଶକ୍ତି ଫେରିପାଇଛନ୍ତି | ତାମିଲନାଡୁର ନେଲୋରରେ ଜଣେ ୪୮ ବର୍ଷୀୟ ବ୍ୟକ୍ତିଙ୍କ ଆଖିରେ ପଶିଯାଇଥିବା ୧୩ ମିମିର ଲୁହା ଖଣ୍ଡକୁ ଡାକ୍ତରମାନେ ଅପରେସନ କରି ବାହାର କରିଛନ୍ତି | ମିଳିଥିବା ସୂଚନା ମୁତାବକ ଏକ ଗ୍ୟାରେଜରେ ମୋଟରସାଇକେଲ ମରାମତି କରୁଥିବାବେଳେ ଏହି ମେକାନିକଙ୍କ ଡାହାଣ ଆଖିରେ ଆଘାତ ଲାଗିଥିଲା | ଗତ ବୁଧବାର ଦିନ ଗାଡି ମରାମତି କରୁଥିବାବେଳେ ଏକ ଲୁହା ଖଣ୍ଡ ତାଙ୍କ ଆଖିରେ ପଶିଯାଇଥିଲା | ଏହା ପରେ ତାଙ୍କୁ ନେଲୋରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା |

ଆଉ ଡାକ୍ତରମାନେ ତୁରନ୍ତ ତାଙ୍କର ଅପରେସନ୍ କରିଥିଲେ। ପାଖାପାଖି ଅଢେଇ ଘଣ୍ଟାର ଅପରେସନ ପରେ ଲୁହା ଖଣ୍ଡଟିକୁ କଢ଼ାଯାଇଥିଲା | ଡାକ୍ତର ମୋହନ ରାଜନଙ୍କ ଟିମ ଏହି ଅପରେସନକୁ ସଫଳ କରିଥିବାବେଳେ କହିଛନ୍ତି ଯେ ଲୁହା ଖଣ୍ଡ ଯୋଗୁଁ ମେକାନିକଙ୍କ ଆଖିର କର୍ଣ୍ଣିଆ ଏବଂ ସ୍କ୍ଲେରା (ଆଖିର ଧଳା ଅଂଶ)ରେ ଆଘାତ ଲାଗିଥିଲା | ଯେଉଁଥିରୁ ରକ୍ତସ୍ରାବ ହେବା ସହ ସଂକ୍ରମଣ ହୋଇଥିଲା। ଆଖିର ଆକାର ୨୨ ମିମି ହୋଇଥିବାବେଳେ ଲୁହା ଖଣ୍ଡର ଆକାର ୧୩ ମିମି ଥିଲା |

ବର୍ତ୍ତମାନ ରୋଗୀଜଣକ ସୁସ୍ଥ ଅଛନ୍ତି | ଡାକ୍ତର ରାଜନ କହିଛନ୍ତି ଯେ ଆଖିର ସୁରକ୍ଷା ପାଇଁ ଚଷମା ପିନ୍ଧିବା ଉଚିତ | ଏହା କେବଳ ଶିଳ୍ପରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ନୁହେଁ ବରଂ କଥା କାମ କରୁଥିବା ବଢ଼େଇ, ମେକାନିକ ମଧ୍ୟ ଚଷମା ପିନ୍ଧିବା ଉଚିତ |

ସମ୍ବନ୍ଧିତ ଖବର