ସୁଧୀର ଭାର୍ଗବ ନୂଆ ମୁଖ୍ୟ ସୂଚନା କମିସନର

ନୂଆଦିଲ୍ଲୀ : କେନ୍ଦ୍ର ସରକାର ନୂଆ ମୁଖ୍ୟ ସୂଚନା କମିସନର୍‌ (ସିଆଇସି) ଭାବେ ସୁଧୀର ଭାର୍ଗବଙ୍କୁ ନିଯୁକ୍ତି ଦେଇଛନ୍ତି। ଜାନୁଆରି ୧ରେ ସେ ଦାୟିତ୍ବ ଗ୍ରହଣ କରିବେ। ଏଥିସହ କେନ୍ଦ୍ରୀୟ ସୂଚନା କମିସନ୍‌ରେ ୪ ଜଣ ନୂଆ କମିସନର୍‌ଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ସୂଚନା କମିସନ୍‌ରେ ମୋଟ ୧୧ ଜଣ କମିସନର୍‌ ରହିବା ନେଇ ନିୟମ ରହିଥିଲେ ମଧ୍ୟ ଏବେସୁଦ୍ଧା ମାତ୍ର ୩ ଜଣ ଦାୟିତ୍ବ ନିର୍ବାହ କରୁଥିଲେ। ଏହାକୁ ଦୃଷ୍ଟିରେ ରଖି ସରକାର ନୂଆ ନିଯୁକ୍ତି ଦେଇଛନ୍ତି।

ସାମାଜିକ ନ୍ୟାୟ ମନ୍ତ୍ରାଳୟର ପୂର୍ବତନ ସଚିବ ଭାର୍ଗବ ମଙ୍ଗଳବାର ଶପଥ ନେବେ। ରାଷ୍ଟ୍ରପତିି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ୨୦୧୫ ଜୁନ୍‌ରୁ ସୂଚନା କମିସନର୍‌ ଭାବେ କାର୍ଯ୍ୟ କରୁଥିବା ଭାର୍ଗବ ‌େଦଶର ନବମ ସିଆଇସି ଭାବେ ନିଯୁକ୍ତି ପାଇଛନ୍ତି। ଉଲ୍ଲେଖଯୋଗ୍ୟ, ସୂଚନା ଅଧିକାର (ଆର୍‌ଟିଆଇ) ଆଇନ ଅନୁସାରେ କେନ୍ଦ୍ରୀୟ ସୂଚନା କମିସନ ୨୦୦୫ରେ ଗଠନ କରାଯାଇଥିଲା। ଆର୍‌ଟିଆଇ ଆଧାରରେ ସୂଚନା ପାଉନଥିବା ଲୋକମାନେ ସୂଚନା କମିସନ୍‌ରେ ଅଭି‌େଯାଗ କରିପାରିବେ।

ମିଳିଥିବା ଖବର ମୁତାବକ ରାଷ୍ଟ୍ରପତି ନୂଆ ସୂଚନା କମିସନର୍‌ମାନଙ୍କ ନିଯୁକ୍ତିକୁ ମଞ୍ଜୁରି ଦେଇଛନ୍ତି। ପୂର୍ବତନ ଆଇଏଫ୍‌ଏସ୍‌ ଅଧିକାରୀ ୟଶବର୍ଦ୍ଧନ କୁମାର ସିହ୍ନା, ପୂର୍ବତନ ଆଇଆର୍‌ଏସ୍‌ ଅଧିକାରୀ ବନଜା ଏନ୍‌ ସର୍‌ନା, ପୂର୍ବତନ ଆଇଏଏସ୍‌ ଅଧିକାରୀ ନିରଜ କୁମାର ଗୁପ୍ତା ଏବଂ ପୂର୍ବତନ ଆଇନ ସଚିବ ସୁରେଶ ଚନ୍ଦ୍ରାଙ୍କୁ ସୂଚନା କମିସନର୍‌ ଭାବେ ନିଯୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର