ସୁନିଲ ଆରୋରା ନୂଆ ମୁଖ୍ୟ ନିର୍ବାଚନ କମିସନର

ନୂଆଦିଲ୍ଲୀ : ନୂଆ ମୁଖ୍ୟ ନିର୍ବାଚନ କମିସନର ହେବେ ସୁନିଲ ଆରୋରା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଆଜି ଏହି ନିଯୁକ୍ତି ଦେଇଛନ୍ତି। ଆସନ୍ତା ଡିସେମ୍ବର ୨ ତାରିଖରେ‌ ଓପି ରାୱତ ଅବସର ଗ୍ରହଣ କରୁଥିବାବେଳେ ତାଙ୍କ ସ୍ଥାନରେ ଆରୋରାଙ୍କୁ ନିଯୁକ୍ତି ମିଳିଛି। ୬୨ ବର୍ଷୀୟ ଆରୋରା ଏହାପୂର୍ବରୁ କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗରେ ସଚିବ ଭାବେ ଦାୟିତ୍ବ ତୁଲାଇଥିଲେ। ଗତବର୍ଷ ସେପ୍ଟେମ୍ବରରେ ସେ ନିର୍ବାଚନ କମିସନର ନିଯୁକ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର