ମା’ କୋଳରେ ଶେଷ ନିଶ୍ୱାସ ନେବାକୁ ଚାହୁଁଥିବା କର୍କଟ ପୀଡିତ କଏଦୀର ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାଜସ୍ଥାନର ଏକ ଜେଲରେ ବନ୍ଦୀ ଥିବା ଜଣେ କର୍କଟ ପୀଡିତ କଏଦୀ ନିଜ ମା’ କୋଳରେ ଶେଷ ନିଶ୍ୱାସ ନେବାକୁ କରିଥିବା ଆବେଦନକୁ ସୁପ୍ରିମ କୋର୍ଟ ଖାରଜ କରି ଦେଇଛନ୍ତି। ନକଲି ନୋଟ ରଖିବା ମାମଲାରେ ଜୟପୁର ଜେଲରେ ବନ୍ଦୀ ଥିବା ଆସୁ ଜେଫକୁ ମୁଖ କର୍କଟ ହେବା ଫଳରେ ତାର ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ହୋଇପଡ଼ିଛି। ଏଣୁ ସେ ମା’ କୋଳରେ ଶେଷ ନିଶ୍ୱାସ ତ୍ୟାଗ କରିବାକୁ ଆବେଦନ କରିଥିଲା।

ରାଜସ୍ଥାନ ହାଇକୋର୍ଟ ଏହି ମାମଲାରେ କଏଦୀର ଅନ୍ତିମ ଇଚ୍ଛା ଆବେଦନକୁ ଖାରଜ କରି ଦେଇଛନ୍ତି। ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଅଭିଯୁକ୍ତ ସୁପ୍ରିମ କୋର୍ଟରେ ଆବେଦନ କରିଥିଲା।

India Today

ଆବେଦନକାରୀର କହିବାନୁସାରେ, ନିମ୍ନ ଅଦାଲତରେ ମାମଲାର ଶୁଶାଣିରେ ଅନେକ ସମୟ ଲାଗିବ, ସେତେବେଳକୁ ତାର ମୃତ୍ୟୁ ହୋଇଯାଇଥିବ। ଶୁଣାଣି ପ୍ରଣାଳୀକୁ ସରିଲା ବେଳକୁ ସେ ନିଜର ମାନସିକ ସନ୍ତୁଳନକୁ ହରାଇ ବସିଥିବ। କର୍କଟ ପୀଡିତ ନିଜ ଉପରୁ ବିଶ୍ୱାସ ହରାଇ ଦେଇ ଥାଆନ୍ତି। ମୁଁ ବି ଆଶା ଛାଡ଼ି ଦେଇଛି। ମୁଁ ଏବେ ମା’ କୋଳରେ ମୁଣ୍ଡ ରଖି ମରିବାକୁ ଚାହେଁ। ଶେଷ ସମୟରେ ନିଜ ଲୋକଙ୍କ ସହ ବିତାଇବାକୁ ଚାହେଁ।

ଏବେ ଆବେଦନକାରୀର ସବାଇ ମାନ ସିଂହ ହସ୍‌ପିଟାଲ୍‌ ଜୟପୁରରେ  ଚିକିତ୍ସା ଚାଲିଛି। ଗତ ୮ ମାସ ହେବ ପ୍ରତିଦିନ ରେଡିୟୋଥେରେପି କରିବାକୁ ପଡ଼ୁଛି।  ଚିକିତ୍ସା ହେବା କାରଣରୁ ବାରମ୍ବାର ଆବେଦନ ଖାରଜ କରାଯାଉଛି।

ସମ୍ବନ୍ଧିତ ଖବର