ମୌସୁମୀ ଦୁର୍ବଳ, କେରଳଠାରେ ଅଟକି ରହିଛି : ସ୍କାଏମେଟ୍‌

ଭୁବନେଶ୍ୱର : ଓଡ଼ିଶା ସମେତ ଆମ ଦେଶର ଅଧିକାଂଶ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାବେଳେ ସମସ୍ତେ ବର୍ଷାକୁ ଚାହିଁ ରହିଛନ୍ତି । କିନ୍ତୁ କୁଆଡେ ଗଲା ମୌସୁମୀ ? କେରଳକୁ ପ୍ରାୟ ୮ ଦିନ ବିଳମ୍ବରେ ଆସିଥିବା ମୌସୁମୀ ଏବେ ଦକ୍ଷିଣ ଭାରତରେ ସ୍ଥିର ହୋଇ ରହିଛି , ଆଗକୁ ବଢୁ ନାହିଁ । ମୌସୁମୀ ମଧ୍ୟ ଦୁର୍ବଳ ରହିଛି । ସ୍କାଏମେଟର ଏକ ରିପୋର୍ଟ ଅନୁସାରେ ଦକ୍ଷିଣଭାରତରେ ଏପର୍ଯ୍ୟନ୍ତ ସ୍ୱାଭାବିକଠାରୁ ୨୬ ପ୍ରତିଶତ କମ ବର୍ଷା ହୋଇଛି ।

ସେହିପରି ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ସ୍ୱାଭାବିକଠାରୁ ୪୬ ପ୍ରତିଶତ କମ ବର୍ଷା ହୋଇଛି । ସ୍କାଇମେଟର ଏମଡି ଯତୀନ ସିଂ କହିଛନ୍ତି ଯେ ମୌସୁମୀ ବାୟୁ ଏବେ କେରଳ ଓ ଦକ୍ଷିଣ କର୍ଣ୍ଣାଟକ ରେ ସ୍ଥିର ରହିଛି । ଆଗାମୀ କିଛି ଦିନରେ ସ୍ଥିତିରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ । ଓଡ଼ିଶାକୁ କେବେ ମୌସୁମୀ ଆସିବ ତାହା ଏବେଠାରୁ କହିହେବ ନାହିଁ । ଏଣୁ ଆଉ କିଛି ଦିନ ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ମିଳିବାର ସମ୍ଭାବନା ନାହିଁ ।

ସମ୍ବନ୍ଧିତ ଖବର