ଭାରତରେ ଜନ୍ମିତ ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁ ନୁହଁନ୍ତି, ରାଜନୈତିକ ଦଳମାନଙ୍କର ରାମମନ୍ଦିର ନିର୍ମାଣ ଅଧିକାର ନାହିଁ : ସ୍ୱରୂପାନନ୍ଦ

ଶଙ୍କରାଚାର୍ଯ୍ୟ କହିଲେ, ରାଜନୈତିକ ଦଳ ରାମ ମନ୍ଦିର ନିର୍ମାଣ କରିପାରିବେ ନାହିଁ

ନୂଆଦିଲ୍ଲୀ: ଦେଶର ୪ ବଡ଼ ଧର୍ମଗୁରୁଙ୍କ ମଧ୍ୟରୁ ଅନ୍ୟତମ ଦ୍ୱାରକା-ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ କହିଛନ୍ତି, ଭାରତରେ ଜନ୍ମିତ ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁ ନୁହଁନ୍ତି।  ଏହାରି ଉପରେ କୌଣସି ବିତର୍କ ହେବା ଜରୁରୀ ନାହିଁ ଯେ, ଭାରତରେ ଜନ୍ମ ନେଇଥିବା ବ୍ୟକ୍ତି ହିନ୍ଦୁ ଭାବରେ ଗଣତି ହେବେ। କାରଣ ଏହା ଦ୍ୱାରା ସମାଜର ଆଭିଜାତ୍ୟ ଶେଷ ହୋଇ ଯାଉଛି। ତ୍ରିପୁରାରେ ଏକ ର‍୍ୟାଲିରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆରଏସଏସ) ମୁଖ୍ୟ ମୋହନ ଭାଗବତଙ୍କ ଭାଷଣ ପରେ ଶଙ୍କରାଚାର୍ଯ୍ୟ ଏହା କହିଛନ୍ତି। ଭାଗବତ ର‍୍ୟାଲିରେ କହିଥିଲେ, ଭାରତରେ ରହୁଥିବା ସବୁ ଲୋକ ହିନ୍ଦୁ ଅଟନ୍ତି। ଶଙ୍କରାଚାର୍ଯ୍ୟଙ୍କ ଏହି ମନ୍ତବ୍ୟ ପରେ ଆରଏସଏସ ମୁଖ୍ୟଙ୍କୁ ଜବାବ ମଗାଯାଉଛି।

ମୋହନ ଭାଗବତଙ୍କ ହିନ୍ଦୁତ୍ୱ ଭାଷଣ ଉପରେ ଶଙ୍କରାଚାର୍ଯ୍ୟ କହିଛନ୍ତି, ଭାରତରେ ଜନ୍ମ ନେଇଥିବା ପ୍ରତ୍ୟେକ ବ୍ୟକ୍ତି ହିନ୍ଦୁ ଅଟନ୍ତି, ଏହି ବିଷୟର କୌଣସି ବିତର୍କ ହୋଇ ପାରିବ ନାହିଁ, କାରଣ ଏଭଳି ଭାବନା ଦ୍ୱାରା ସମାଜର କ୍ଷତି ଘଟିବ। ସେ କହିଛନ୍ତି, ଯେମିତି ଜଣେ ପ୍ରକୃତ ହିନ୍ଦୁ ଆସ୍ଥା ରୂପରେ ବେଦ ଓ ଶାସ୍ତ୍ର ଗ୍ରହଣ କରିଥାଏ। ସେହିଭଳି ଜଣେ ମୁସଲମାନଙ୍କ ପାଇଁ  କୋରାନ ଓ ଖ୍ରୀଷ୍ଟିଆନଙ୍କ ପାଇଁ ବାଇବେଲ ଗୁରୁତ୍ୱପୂର୍ଣ୍ଣ।

ମନ୍ଦିର ନିର୍ମାଣ କରିବାକୁ ରାଜନୈତିକ ଦଳଙ୍କ ଅଧିକାର ନାହିଁ
ରାମ ମନ୍ଦିର ଉପରେ ଏକ ପ୍ରଶ୍ନର ଉତ୍ତରରେ ଶଙ୍କରାଚାର୍ଯ୍ୟ କହିଛନ୍ତି, ରାଜନୈତିକ ଦଳମାନଙ୍କର ଏହି ଅଧିକାର ନାହିଁ ଯେ, ସେମାନେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କରିପାରିବେ। ଏହି ଅଧିକାର ଶଙ୍କରାଚାର୍ଯ୍ୟ ଓ ଧର୍ମାଚାର୍ଯ୍ୟଙ୍କର ଅଛି। ସେ କହିଛନ୍ତି, ସରକାର ମଧ୍ୟ ଦେଶରେ ମନ୍ଦିର ନିର୍ମାଣ କରିପାରିବେ ନାହିଁ, କାରଣ ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର।

ଇଲେକ୍ଟ୍ରୋନିକ ଭୋଟିଂ ମେସିନ(ଇଭିଏମ୍‌) ଉପରେ ଜାରି ରହିଥିବା ବିବାଦରେ ଧର୍ମଗୁରୁ କହିଛନ୍ତି, ସେ ବାଲାଟ୍‌ ପେପର ଜରିଆରରେ ମତଦାନ କରିବାକୁ ସମର୍ଥନ କରନ୍ତି। ଶଙ୍କରାଚାର୍ଯ୍ୟ କହିଛନ୍ତି, ଯଦି ଅଧକ ଦଳ ଇଭିଏମ୍ ଉପରେ ଭରସା ରଖୁ ନାହାଁନ୍ତି, ତା’ହେଲେ ନିର୍ବାଚନ ଆୟୋଗ ଏହାରି ଉପରେ ଧ୍ୟାନ ଦେବା ଦରକାର।

ଗଙ୍ଗା ଓ ଯମୁନାରେ ବଢୁଥିବା ପ୍ରଦୂଷଣ ଉପରେ ଶଙ୍କରାଚାର୍ଯ୍ୟ କହିଛନ୍ତି, ସରକାର ଏହି ଦୁଇ ନଦୀରେ ନିର୍ମାଣ ହେଉଥିବା ବନ୍ଧ କାମ ବନ୍ଦ କରିଦେବା ଦରକାର।

ସମ୍ବନ୍ଧିତ ଖବର