ତାଜମହଲ ମରାମତି ପାଇଁ ୨୦ ଲକ୍ଷ ଆବଶ୍ୟକ

ଆଗ୍ରା : ଝଡ଼ତୋଫାନରେ ଆଗ୍ରାସ୍ଥିତ ତାଜମହଲର ମାର୍ବଲ ଓ ଲାଲ ପଥର ନିର୍ମିତ ରେଲିଂ ଓ ପାଚେରି ଭାଙ୍ଗିଯାଇଛି। ଏହାର ମରାମତି ପାଇ ୨୦ ଲକ୍ଷ ଟଙ୍କାର ଆବଶ୍ୟକ ବୋଲି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଆକଳନ କରିଛି। ସୂଚନାଯୋଗ୍ୟ, ଗତାକାଲି ରାତିରେ ଭୀଷଣ ଝଡ଼ତୋଫାନ ହୋଇଥିଲା। ଏଥିରେ ତାଜମହଲର ଯମୁନା ନଦୀ ପାର୍ଶ୍ବ ରେଲିଂ ଭାଙ୍ଗିଯାଇଛି। ଜୋର୍‌ ପବନ ଯୋଗୁଁ ୯ ଫୁଟର ମାର୍ବଲ ଏବଂ ୬ ଫୁଟର ଲାଲ୍‌ ପଥର ନିର୍ମିତ ରେଲିଂ ଭାଙ୍ଗି ଯାଇଛି। ଏହାର ତୁରନ୍ତ ମରାମତି ଆବଶ୍ୟକ। ସେହିଭଳି ତାଜମହଲର ଗୁମ୍ବୁଜ ସଫା କରିବା ମଧ୍ୟ ଅତି ଜରୁରୀ ହୋଇ ପଡିଛି ବୋଲି ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ଡିଜି ଭି. ବିଦ୍ୟାପତି କହିଛନ୍ତି।

ସମ୍ବନ୍ଧିତ ଖବର