ସିସିଟିଭି ଫୁଟେଜ୍‌ ବୟାନ କଲା ନିର୍ଦ୍ଦୟ ସ୍ୱାମୀର ଜଘନ୍ୟ କାରନାମା; ପତ୍ନୀକୁ ହତ୍ୟା କରି ଦେଇଥିଲା ଆତ୍ମହତ୍ୟାର ରୂପ!

ହାଇଦ୍ରାବାଦ: ଏକ ସିସିଟିଭି ଫୁଟେଜରୁ ଜନୈକ ନିର୍ଦ୍ଦୟ ସ୍ୱାମୀର ଜଘନ୍ୟ କାରନାମାର ପର୍ଦ୍ଦାଫାସ ହେବାପରେ ପୁଲିସ୍‌ ଏବେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି। ଅନ୍ୟପକ୍ଷରେ ଏହି ଅପରାଧ ଘଟଣାଟି ଏକ ହାଇପ୍ରୋଫାଇଲ ଘଟଣା ହୋଇଥିବାରୁ ଏହାକୁ ନେଇ ଏବେ ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଛି।

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ଏକ ବହୁ ରାଷ୍ଟ୍ରୀୟ କମ୍ପାନିରେ ଜଣେ ସଫ୍‌ଟୱେୟାର ଇଞ୍ଜିନିୟର ରୂପେ କାର୍ଯ୍ୟ କରୁଥିବା ୩୨ ବର୍ଷୀୟା ଏମ ଲାଭାନିଆ ଲାହରି ଗୁରୁବାର ରାତିରେ ହାଇଦ୍ରାବାଦ ସହରର ଉପକଣ୍ଠରେ ଶ୍ୟାମଶାବାଦର ରାଲାଗୁଆରେ ଥିବା ତାଙ୍କ ବାସଭବନରେ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା କରିବା ପୂର୍ବରୁ ସେ ଏକ ଫେସବୁକ ପୋଷ୍ଟ ଏବଂ ଏକ ଆତ୍ମହତ୍ୟା ନୋଟ ଛାଡ଼ି ଆତ୍ମହତ୍ୟା ପାଇଁ ତାଙ୍କ ସ୍ୱାମୀ ଭେଙ୍କଟେଶ୍ୱରଲୁଙ୍କୁ ଦାୟୀ କରିଥିଲେ।

ଏବେ ଲାଭାନିଆଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ସିସିଟିଭି ଫୁଟେଜରୁ ମିଳିଥିବା ଏକ ଭୟଙ୍କର ଭିଡିଓ ଜାରି କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳିଛି ଯେ ଲଭାନିଆଙ୍କ ନିର୍ଦ୍ଦୟ ସ୍ୱାମୀ ଘର ଭିତରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରୁଛନ୍ତି। ଭିଡିଓଟିରେ ଦେଖିବାକୁ ମିଳୁଛି ଯେ ଭେଙ୍କଟେଶ୍ୱରଲୁ ଲାଭାନିଆଙ୍କୁ ବଳପୂର୍ବକ ଏକ ସୋଫା ଉପରେ ପକାଇ ଦେବା ପରେ ତାଙ୍କୁ ଅତି ନିର୍ଦ୍ଦୟ ଭାବେ ନିର୍ଘାତ୍‌ ମାଡ଼ ମାରୁଛନ୍ତି। ଲାଭାନିଆ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ସ୍ୱାମୀ ତାଙ୍କୁ ମାଡ଼ ମାରି ଚାଳିଛନ୍ତି। ଏହି ସମୟରେ ସେମାନଙ୍କର ପାଳିତ କୁକୁର ମଧ୍ୟ ଲାଭାନିଆଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରୁଥିବା ଦେଖିଛି। ଶେଷରେ ଲାଭାନିଆ କୌଣସି ମତେ ଉଠି ଧୀରେ ଧୀରେ ଯନ୍ତ୍ରଣାରେ ପେଟକୁ ଧରିଥିବା ଦେଖିବାକୁ ମିଳିଛି। ଏବଂ ଏହି ଘଟଣାର ପରଦିନ ଲାଭାନିଆଙ୍କ ଶବ ତାଙ୍କ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା।

ଭେଙ୍କଟେଶ୍ୱରଲୁ ଏକ ଘରୋଇ ବିମାନ କମ୍ପାନିରେ ପାଇଲଟ୍‌ ଭାବରେ କାର୍ଯ୍ୟ କରନ୍ତି। ଏକ ବହୁରାଷ୍ଟ୍ରୀୟ କମ୍ପାନିରେ ଜଣେ ସଫ୍‌ଟୱେୟାର ଇଞ୍ଜିନିୟର ରୂପେ କାର୍ଯ୍ୟ କରୁଥିବା ଲାଭାନିଆଙ୍କୁ ସେ ୨୦୧୨ରେ ପ୍ରେମ ବିବାହ କରିଥିଲେ। ହେଲେ, ଲାଭାନିଆଙ୍କ କୌଣସି ପିଲାପିଲି ହେଉ ନଥିବାରୁ ପତି ଭେଙ୍କଟେଶ୍ୱରଲୁ ଓ ତାଙ୍କ ପରିବାରବର୍ଗ ସବୁବେଳେ ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ।

ଲାଭାନିଆଙ୍କ ମୃତ୍ୟୁ ପରେ ସ୍ୱାମୀ ଭେଙ୍କଟେଶ୍ୱରୁ ବଳପୂର୍ବକ ଆତ୍ମହତ୍ୟା ନୋଟ୍‌ ଲେଖାଇନେଇ ତାଙ୍କୁ ହତ୍ୟା କରିଥିିବା ଏବଂ ପରେ ପୂରା ଘଟଣାକୁ ଆତ୍ମହତ୍ୟା ରୂପ ଦେବା ପାଇଁ ଉଦ୍ୟମ କରିଥିବା ସାଇବରାବାଦ ପୁଲିସ୍‌ ନିକଟରେ ଅଭିଯୋଗ କରିଥିଲେ ଲାଭାନିଆଙ୍କ ପରିବାର।

ଏହି ଅଭିଯୋଗ ପାଇବା ପରେ ସାଇବରାବାଦ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ତେବେ, ତଦନ୍ତ କାଳରେ ପୁଲିସ୍‌ ଜବତ କରିଥିବା ସିସିଟିଭି ଫୁଟେଜରୁ ଭେଙ୍କଟେଶ୍ୱରୁଲୁଙ୍କ ଅସଲ ସ୍ୱରୂପ ପଦାକୁ ଆସିଥିଲା ଏବଂ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର