ତେଜସ୍ୱୀ ଯାଦବ ନୀତିଶଙ୍କୁ କଲେ ସମାଲୋଚନା: ଆପଣଙ୍କୁ ମୁଖ୍ୟମନ୍ତ୍ରୀ କରିବା ଆମର ସବୁଠୁ ବଡ ଭୁଲ

ପାଟଣା : ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଅନେକ ଟିପ୍ପଣି ଦେଇ କହିଛନ୍ତି, ଆମେ ଆପଣଙ୍କୁ ମୁଖ୍ୟମନ୍ତ୍ରୀ କରି ବହୁତ ବଡ ଭୁଲ କରିଛୁ । ପାଟଣାର ଗାନ୍ଧୀ ମଇଦାନରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମାଝିଙ୍କ ଦ୍ୱାରା ଆୟୋଜିତ ଗରିବ ମହାମିଳନରେ ଏହି କଥା କହିଥିଲେ ତେଜସ୍ୱୀ । ନୀତିଶ କୁମାର କିଛିଦିନ ପୂର୍ବରୁ କହିଥିଲେ ଆମର ଭୁଲ ପାଇଁ କିଛି ଲୋକ ନେତା ହୋଇଯାଇଛନ୍ତିା ନୀତିଶ କାହାର ନା ନେଇନଥିଲେ କିନ୍ତୁ ଏହି କଥା ନୀତିଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମଙ୍କୁ ଲକ୍ଷ୍ୟ କରିକହୁଥିଲେ ବୋଲି ଜଣାପଡୁଥିଲା ।

ଏବେ ତେଜସ୍ୱୀ ଯାଦବ ସିଧାସଳଖ ନୀତିଶଙ୍କୁ ଆକ୍ଷେପ କରି କହିଛନ୍ତି ଆପଣଙ୍କୁ ମୁଖ୍ୟମନ୍ତ୍ରୀ କରିବା ଆମର ସବୁଠୁ ବଡ ଭୁଲ୍‌ ଥିଲା । ସେ ପୁଣି କହିଛନ୍ତି ଭାରତରେ କୌଣସି ରାଜ୍ୟରେ ଚାରି ବର୍ଷରେ ଚାରୋଟି ସରକାର ହୋଇନଥିବ । ବିହାର ସରକାର ମୋହନ ଭାଗବତଙ୍କୁ ବିହାରରେ ଦଙ୍ଗା ସୃଷ୍ଟି କରାଉଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । ସେ ଆହୁରି କହିଛନ୍ତି ବିହାର ସରକାରଙ୍କ ରିମୋଟ ନାଗପୁରରେ ଅଛି, ବିହାର ସରକାରକୁ ନାଗପୁରରୁ ଚଲାଯାଉଛି।

ସମ୍ବନ୍ଧିତ ଖବର