ଆତଙ୍କବାଦୀରୁ ସୈନିକ ହୋଇଥିବା ଲାନ୍‌ସ୍‌ ନାୟକ ନାଜିର ଅହମେଦ ଓ୍ଵାନିଙ୍କୁ ମରରତ୍ତୋର ଅଶୋକଚକ୍ର

ଶ୍ରୀନଗର: ଦକ୍ଷିଣ କଶ୍ମୀରର ଶୋପିଅାଁ ଜିଲ୍ଲାରେ ଆତଙ୍କବାଦୀମାନଙ୍କ ସହ ଲଢ଼ି ସହିଦ ହୋଇଥିବା ଲାନ୍‌ସ୍‌ ନାୟକ ନାଜିର ଅହମେଦ ଓ୍ଵାନିଙ୍କୁ ମରଣତ୍ତୋର ଭାବେ ଭାରତର ସର୍ବୋଚ୍ଚ ସାହସିକ ପଦକ ଅଶୋକଚକ୍ର ସମ୍ମାନ ମିଳିବ।

ରାଷ୍ଟ୍ରପତିଙ୍କ ସଚିବାଳୟରୁ ଆଗତ ଏକ ପ୍ରେସ୍‌ ରିଲିଜ୍‌ରେ ଉଲ୍ଲେଖ ଅଛି: ଦୁଇ ଜଣ ଆତଙ୍କବାଦୀଙ୍କୁ ନିପାତ କରିବା, ଆହତ ସହକର୍ମୀଙ୍କୁ ସ୍ଥାନାନ୍ତର କରିବା ଏବଂ ଭାରତୀୟ ସେନାର ସର୍ବୋଚ୍ଚ ପରମ୍ପରା ଆତ୍ମୋତ୍ସର୍ଗ କରିବାରେ ଲାନ୍‌ସ୍‌ ନାୟକ ନାଜିର ଅହମେଦ ଓ୍ଵାନି ବ୍ୟକ୍ତିତ୍ୱରେ ସୁସ୍ପଷ୍ଟ ଦୁଃସାହସିକତା ପ୍ରଦର୍ଶନ କରିଥିଲେ।

ଏକଦା ଓ୍ଵାନି ସ୍ୱଂୟ ଥିଲେ ଜଣେ ଆତଙ୍କବାଦୀ, କିନ୍ତୁ ସେ ସେନା ଆଗରେ ଆତ୍ମସମର୍ପଣ କରି କଶ୍ମୀର ଉପତ୍ୟକାରୁ ଆତଙ୍କବାଦ ପୋଛି ଦେବା ଲାଗି କାଉଣ୍ଟର୍‌-ଇନ୍‌ସର୍ଜେନ୍‌ସି ଅଭିଯାନରେ ସମ୍ପୃକ୍ତ ହୋଇଥିଲେ।

ଓ୍ଵାନି ୨୦୦୪ରେ ଭାରତୀୟ ସେନାବହିନୀର ଟେରିଟୋରିଆଲ୍‌ ଆର୍ମିର ୧୬୨ ବାଟାଲିୟନ୍‌ରେ ଯୋଗ ଦେଇଥିଲେ। ସେବେଠାରୁ କାଉଣ୍ଟର୍‌ ଇନ୍‌ସର୍ଜେନ୍‌ସିରେ କାର୍ଯ୍ୟ କରି ନଭେମ୍ବର ୨୦୧୮ରେ ସହିଦ ହୋଇଥିଲେ। କୁଲଗାମ ବାସିନ୍ଦା ଓ୍ଵାନି ଦୁଇ ଥର ସମ୍ମାନଜନକ ସେନା ମେଡାଲ୍‌ ମଧ୍ୟ ପାଇଥିଲେ।

ଛଅ ଜଣ ଆତଙ୍କବାଦୀଙ୍କ ସହ ମୁକାବିଲା କରାଯିବା ସମୟରେ ଲାନ୍‌ସ୍‌ ନାୟକ ଓ୍ଵାନି ସାଙ୍ଘାତିକ ଆହତ ହେବା ପରେ ସହିଦ ହୋଇଥିଲେ। ଏନ୍‌କାଉଣ୍ଟର୍‌ରେ ସେ ୬ ଜଣ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିଲେ।

ଓ୍ଵାନିଙ୍କର ପତ୍ନୀ ଏବଂ ୨୦ ଏବଂ ୧୮ ବର୍ଷର ଦୁଇଟି ପିଲା ଅଛନ୍ତି।

ସମ୍ବନ୍ଧିତ ଖବର