ଟେଷ୍ଟିଂର ରଣନୀତି ବଦଳାଇଲା ଆଇସିଏମ୍‌ଆର

The strategy of the test was changed by the ICMR

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ଟପିବା ପରେ ଆଇସିଏମ୍‌ଆର (ଇଣ୍ଡିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ‌୍) କରୋନା ଟେଷ୍ଟିଂ ପାଇଁ ରଣନୀତି ବଦଳାଇଛି। ନୂଆ ରଣନୀତି ଅନୁଯାୟୀ ସଂକ୍ରମଣ ଲକ୍ଷଣ ନଥିବା ସମସ୍ତ ବ୍ୟକ୍ତି ଯେଉଁମାନେ ୧୪ ଦିନ ପୂର୍ବରୁ ବିଦେଶ ଯାତ୍ରା କରିଥିବେ ସେମାନଙ୍କ କରୋନା ପରୀକ୍ଷା କରାଯିବ। ସେହିପରି ଲାବ୍ରୋଟରିରେ କରୋନା ମାମଲା ସ୍ପଷ୍ଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଯେଉଁମାନଙ୍କ ପାଖରେ କରୋନାର ଲକ୍ଷଣ ଥିବ ସେମାନଙ୍କ କରୋନା ପରୀକ୍ଷା କରାଯିବ।

କୋଭିଡ୍‌-୧୯ ମହାମାରୀ ବିରୋଧରେ ଲଢ଼ୁଥିବା ସମସ୍ତ ସମ୍ମୁଖ ଭାଗର ଯୋଦ୍ଧା‌ ତଥା ସ୍ବାସ୍ଥ୍ୟ କର୍ମୀ ଏବଂ ପୁଲିସ କର୍ମୀଙ୍କ କରୋନା ପରୀକ୍ଷା କରାଯିବ। ସଂକ୍ରମଣ ଲକ୍ଷଣ ନଥିବା ଏବଂ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ପଞ୍ଚମ ଦିନରେ କିମ୍ବା ୧୦ମ ଦିନରେ କରୋନା ପରୀକ୍ଷା କରାଯିବ ବୋଲି ନୂଆ ଆଇସିଏମ୍‌ଆର ଟେଷ୍ଟିଂ ରଣନୀତିରେ କୁହାଯାଇଛି। ସେହିପରି ଇନ୍‌ଫ୍ଲୁଏଞ୍ଜା ରୋଗ ପରି ଅସୁସ୍ଥତା ଥିବା ରୋଗୀମାନଙ୍କର ଏବଂ ଇନଫ୍ଲୁଏଞ୍ଜା ପରି ଲକ୍ଷଣ ଦେଖାଯାଉଥିବା ରୋଗୀମାନଙ୍କର ମଧ୍ୟ କରୋନା ପରୀକ୍ଷା‌ କରାଯିବ।

ସମ୍ବନ୍ଧିତ ଖବର