୧୫ ଅଗଷ୍ଟରେ ଭାରତ ସହ ଏହି ଦେଶମାନଙ୍କୁ ବି ମିଳିଥିଲା ସ୍ୱାଧୀନତା

ଆଜି(ଅଗଷ୍ଟ ୧୫)କୁ ସମଗ୍ର ଭାରତବାସୀ ସ୍ୱାଧୀନତା ଦିବସ ଭାବେ ପାଳନ କରୁଛନ୍ତି | ଭାରତୀୟ ଇତିହାସର ଏହି ସ୍ୱର୍ଣ୍ଣିମ ଅଧ୍ୟାୟ ପାଇଁ ଦେଶବାସୀ ପ୍ରତି ବର୍ଷ ଉତ୍ସାହର ସହିତ ସ୍ୱାଧୀନତା ଦିବସକୁ ପାଳନ କରିଥାନ୍ତି | ଇଂରେଜଙ୍କର ୨୦୦ ବର୍ଷର ଶାସନର ପରିସମାପ୍ତି ଘଟି ନୂଆ ଭାରତର ପରିକଳ୍ପନା କରାଯାଇଥିଲା | କିନ୍ତୁ ଆପଣ ଜାଣନ୍ତି କି କେବଳ ଭାରତ ନୁହେଁ ଆଉ କିଛି ଦେଶ ମଧ୍ୟ ଏହି ଦିନ ସ୍ୱାଧୀନତା ପାଇଥିଲା | ନଜର ପକାନ୍ତୁ ଭାରତ ଛଡା ଏହି ଚାରିଟି ଦେଶ ବି ଅଗଷ୍ଟ ୧୫ ତାରିଖ ଦିନ ସ୍ୱାଧୀନତା ପାଇଥିଲା |

ଦକ୍ଷିଣ କୋରିଆ ଓ ଉତ୍ତର କୋରିଆ
୧୯୪୫ ମସିହା ଆଜିର ଦିନରେ ଜାପାନଠାରୁ ଦକ୍ଷିଣ କୋରିଆକୁ ସ୍ୱାଧୀନତା ମିଳିଥିଲା | ଦକ୍ଷିଣ କୋରିଆ ସହ ଉତ୍ତର କୋରିଆକୁ ମଧ୍ୟ ସ୍ୱାଧୀନତା ମିଳିଥିଲା | ପ୍ରକୃତରେ ଯେବେ କୋରିଆ ଜାପାନଠାରୁ ଅଲଗା ହୋଇଥିଲା ସେତେବେଳେ କୋରିଆ ଦୁଇଭାଗ ହୋଇଯାଇଥିଲା | ପ୍ରଥମଟି ଦକ୍ଷିଣ କୋରିଆ ହୋଇଥିବାବେଳେ ଅନ୍ୟଟି ଉତ୍ତର କୋରିଆ ହୋଇଥିଲା |

ବାହାରିନ
ଭାରତ ଭଳି ବାହାରିନକୁ ମଧ୍ୟ ୧୯୭୧ ମସିହାରେ ବ୍ରିଟିଶଙ୍କ କବଳରୁ ସ୍ୱାଧୀନତା ମିଳିଥିଲା |

ସମ୍ବନ୍ଧିତ ଖବର