ଆର୍ୟନ୍‌ ଖାନ୍‌ ତଦନ୍ତରୁ ସମୀର ୱାଙ୍ଖେଡ଼େ ହଟିବା ପରେ ନବାବ ମଲିକ କହିଲେ; ଇଏ ତ ଆରମ୍ଭ ମାତ୍ର… ଆହୁରି ବହୁତ କିଛି କରାଯିବ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ବିବାଦୀୟ ଆର୍ୟନ୍‌ ଖାନ୍‌ ଡ୍ରଗ୍‌ ମାମଲା ଏବଂ ଅନ୍ୟ ୫ଟି ମାମଲା ତଦନ୍ତରୁ ‘ନାକ୍ରୋଟିକ୍ସ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ’ର (ଏନ୍‌ସିବି) ତା’ର ମୁମ୍ବାଇ ଜୋନାଲ୍‌ ୟୁନିଟ୍‌ର ମୁଖ୍ୟ ସମୀର ୱାଙ୍ଖେଡ଼େଙ୍କୁ ହଟାଇବା ସହ ଉକ୍ତ ମାମଲାଗୁଡ଼ିକର ତଦନ୍ତ ଦିଲ୍ଲୀ ୟୁନିଟ୍‌କୁ ସ୍ଥାନାନ୍ତର କରିବା ପରେ ସମାଲୋଚନା କରି ‘ଏନ୍‌ସିପି’ ନେତା ନବାବ ମଲ୍ଲିକ କହିଛନ୍ତ, ଇଏ ତ ଆରମ୍ଭ ମାତ୍ର…

ଟୁଇଟ୍‌ କରି ସେ ଲେଖିଛନ୍ତି, ଆର୍ୟନ୍‌ ଖାନ୍‌ଙ୍କ ମାମଲା ସମେତ ପାଞ୍ଚଟି ମାମଲାର ତଦନ୍ତରୁ ସମୀର ୱାଙ୍ଖେଡ଼େଙ୍କୁ ହଟାଇ ଦିଆଯାଇଛି। ତଦନ୍ତ ହେବା ପାଇଁ ସମୁଦାୟ ୨୬ଟି ମାମଲା ରହିଛି। ଇଏ ତ ଆରମ୍ଭ ମାତ୍ର… ବ୍ୟବସ୍ଥାକୁ ସୁଧାରିବା ପାଇଁ ଆହୁରି ଅନେକ କିଛି କରାଯିବ। ଆମେ ସେସବୁ କରିବୁ।

Image Courtesy of Free Press Journal

ଉଲ୍ଲେଖଯୋଗ୍ୟ, ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ଙ୍କ ପୁତ୍ର ଆର୍ୟନ୍‌ ଖାନ୍‌ଙ୍କ ସମ୍ପୃକ୍ତ ଥିବା ‘ମୁମ୍ବାଇ କ୍ରୁଜ୍‌ ଡ୍ରଗ୍‌’ ମାମଲା ଏବଂ ମଲିକଙ୍କ ଜ୍ବାଇଁ ସମୀର ଖାନ୍‌ ସମ୍ପୃକ୍ତ ଥିବା ଅନ୍ୟ ଏକ ମାମଲା ସମେତ ସମୁଦାୟ ୬ଟି ମାମଲା ଏବେ ‘ଏନ୍‌ସିବି’ର ଦିଲ୍ଲୀ ଟିମ୍‌ ତଦନ୍ତ କରିବ। ମାମଲା ତଦନ୍ତ ସ୍ଥାନାନ୍ତରଣ ପ୍ରଶାସନିକ ନିଷ୍ପତ୍ତି ବୋଲି ‘ଏନ୍‌ସିବି’ କହିବା ସହ ସୂଚନା ଦେଇଛି ଯେ, ମାମଲାଗୁଡ଼ିକର ପୂର୍ବାପର ସଂହତି ବିଷୟରେ ଅଧିକ ତଦନ୍ତ ଲାଗି ଏ ଭଳି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର