ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମାରେ ନିରାପତ୍ତା ବଳଙ୍କ କର୍ଡନ ଭିତରେ କୁଖ୍ୟାତ ଆତଙ୍କବାଦୀ ରିୟାଜ୍ ନାଇକୁ

ଶ୍ରୀନଗର: ବୁଧବାର ପ୍ରତ୍ୟୁଷରେ ଜମ୍ମୁ ଓ କଶ୍ମୀରର ପୁଲୱାମା ଜିଲ୍ଲାର ବେଇଗ୍‌ପୋରା ଗ୍ରାମରେ ନିରାପତ୍ତା ବଳଙ୍କ କର୍ଡନ୍ ଘେରରେ ହିଜ୍‌ବ୍‌-ଉଲ୍-ମୁଜାହିଦୀନର କମାଣ୍ଡର୍ ରିୟାଜ୍ ନାଇକୁ ଅଟକି ରହିଥିବା ଜଣାପଡ଼ିଛି।

କୁଖ୍ୟାତ ଆତଙ୍କବାଦୀ ରିୟାଜ ନାଇକୁ ମୁଣ୍ଡ ପାଇଁ ୧୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଏନ୍‌କାଉଣ୍ଟର୍‌ରେ ଯଦି ନାଇକୁ ଧରା ପଡ଼େ କି, ନିହତ ହୁଏ ତେବେ ଏହା ସ୍ଥାନୀୟ ଅଞ୍ଚଳର ଆତଙ୍କବାଦୀ ସଂଗଠନ ଉପରେ ପଡ଼ ପ୍ରହାର ହେବ।

ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀମାନେ ଆତ୍ମଗୋପନ କରିଥିବା ସୂଚନା ପାଇବା ପରେ ଜମ୍ମୁ ଓ କଶ୍ମୀର ପୁଲିସ ଓ ନିରାପତ୍ତା ବଳର ଏକ ମିଳିତ ଦଳ ମଙ୍ଗଳବାର ବିଳମ୍ବିତ ରାତ୍ରୀରୁ ତଲାସ ଅଭିଯାନ ଚଳାଇ ଥିଲା।

Image Source: Zee News

ଗୁଲ୍‌ଜାପୋରା ଗାଁ ହେଉଛି ହିଜ୍‌ବୁଲ୍‌ର କାର୍ଯ୍ୟନିର୍ବାହୀ ମୁଖ୍ୟ ରିୟାଜ୍ ନାଇକୁର ଜନ୍ମମାଟି। ଏବେ କଶ୍ମୀର ଉପତ୍ୟକାରେ ସେ ହେଉଛି ସବୁଠୁ ବରିଷ୍ଠ ସକ୍ରିୟ କମାଣ୍ଡର୍।

ମଙ୍ଗଳବାର ବିଳମ୍ବିତ ରାତ୍ରୀରୁ ଦକ୍ଷିଣ କଶ୍ମୀରର ପୁଲ୍‌ୱାମା ଜିଲ୍ଲାରେ ଦୁଇଟି ତଲାସ ଅଭିଯାନ ଚଳାଇ ନିରାପତ୍ତା ବଳ ଦୁଇଜଣ ଆତଙ୍କବାଦୀକୁ ନିପାତ କରିଥିଲା। ରିୟାଜ ନାୟିକୁ ଧରିବାକୁ ଚାଲିଥିବା ଅଭିଯାନ ହେଉଛି ତୃତୀୟ।

 

 

 

 

ସମ୍ବନ୍ଧିତ ଖବର